୧୦ ୱିକେଟ୍ ରେ ପରାସ୍ତ ହେଲା ଚେନ୍ନଇ ସୁପର୍ କିଙ୍ଗସ୍

ଦୁବାଇ:ଚେନ୍ନାଇ ସୁପର କିଙ୍ଗସ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ୍‌ ୧୨.୨ ବଲରେ କୌଣସି ଓ୍ଵିକେଟ୍‌ ନହରାଇ ୧୧୬ ରନ୍‌ କରିଛି।

ଚେନ୍ନାଇ ଟିମ୍‌ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସର ଦମ୍‌ଦାର ବୋଲିଂ ଯୋଗୁଁ ଚେନ୍ନାଇ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୧୪ ରନ୍‌ରେ ଅଟକି ଯାଇଥିଲା।

ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ।

LEAVE A REPLY

Please enter your comment!
Please enter your name here