37.1 C
Bhubaneswar
Thursday, March 28, 2024
Homeଆଇପିଏଲ୍ -2022ଆଜି ଦୁଇଟି ମ୍ୟାଚ : ବାଙ୍ଗାଲୋର-କଲକାତା ଓ ଦିଲ୍ଲୀ-ପଞ୍ଜାବ ମଧ୍ୟରେ ମୁକାବିଲା

ଆଜି ଦୁଇଟି ମ୍ୟାଚ : ବାଙ୍ଗାଲୋର-କଲକାତା ଓ ଦିଲ୍ଲୀ-ପଞ୍ଜାବ ମଧ୍ୟରେ ମୁକାବିଲା

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚତୁର୍ଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଚେନ୍ନଇର ଚେପକ୍ ଷ୍ଟାଡ଼ିୟମରେ ଅପରାହ୍ଣଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-କଲକାତା ନାଇଟ୍‌ ରାଇଡର୍ସକୁ ଓ ରାତିରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ- ପଞ୍ଜାବ କିଙ୍ଗ୍‌ସକୁ ଭେଟିବ। ବିରାଟ ବାହିନୀ ରୟାଲ ଚ୍ୟାଲେଞ୍ଜର୍ସ ଲଗାତାର ତୃତୀୟ ବିଜୟ ଲକ୍ଷ୍ୟ ରଖିଥିବାବେଳେ ଇୟାନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷ​‌େ​‌ର ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍‌ସ ଓ ଋଷଭ ପନ୍ତ୍‌ଙ୍କ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟ ଧାରାକୁ ଫେରିବାର ଲକ୍ଷ୍ୟ ନେଇ ଖେଳି​‌େ​‌ବ।
ବିରାଟ କୋହଲିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ଟି ମ୍ୟାଚରୁ ୨ଟି ବିଜୟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଦଳ ପ୍ରଥମ ମ୍ୟାଚରେ ଦୁଇ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସକୁ ଓ ଦ୍ବିତୀୟ ମ୍ୟାଚରେ ୬ରନରେ ସନରାଇଜର୍ସ ହାଇଦରାବାଦ୍‌କୁ ପରାସ୍ତ କରିଥିଲା। ବ୍ୟାଟିଂ ଓ ବୋଲିଂରେ ଦଳ ସନ୍ତୁଳିତ ପ୍ରଦର୍ଶନ କରୁଛି।

ସେହିପରି ରାତି ୭ଟା୩୦ରେ ଦ୍ବିତୀୟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ। ଋଷଭ ପନ୍ତ୍‌ଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ୭ ୱିକେଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ୩ ୱିକେଟରେ ପରାଜିତ ହୋଇଥିଲା। ଓପନର ଶିଖର ଧାୱନ ଓ ପୃଥ୍ବୀ ସ ପ୍ରଥମ ମ୍ୟାଚରେ ସଫଳ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ବିଫଳ ହୋଇଛନ୍ତି। ବ୍ୟାଟିଂ ବିଭାଗରେ ଦଳ ନିୟମିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛି। ଆଜିଙ୍କ୍ୟ ରାହାଣେ, ମାକୋର୍ସ ଷ୍ଟୋଇନିସ୍‌ ରନ କରିବାରେ ବିଫଳ ପନ୍ତ୍‌ଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ବୋଲିଂ ବିଭାଗରେ କ୍ରିସ୍ ୱକ୍‌ସ ଭଲ ପ୍ରଦର୍ଶନ କରୁଥିବାବେଳେ କାଗିସୋ ରାବଡା ପ୍ରତ୍ୟାବର୍ତ୍ତନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking