27.1 C
Bhubaneswar
Thursday, April 25, 2024
Homeଖେଳଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଆଇପିଏଲ ମଇଦାନରେ ମୁହାଁମୁହିଁ ହେବେ ଦୁଇ ସୁପର ପାୱାର । ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ନେଇ ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନି ନେତୃତ୍ତ୍ୱ ନେଇଥିବାବେଳେ ରିଷଭ ପନ୍ତ କ୍ୟାପିଟାଲ୍ସ ଦଳର ନେତୃତ୍ତ୍ୱ ନେଉଛନ୍ତି । ସୁପରକିଙ୍ଗ୍‌ସ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି | ଦିଲ୍ଲୀ କ୍ୟାପିଟାଲ୍ସ ସମାନ ସଂଖ୍ୟକ ପଏଣ୍ଟ ହାସଲ କରିଥିଲେ ହେଁ ରନ୍‌ ରେଟ୍‌ରେ ପଛରେ ରହି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ।

ଉଭୟ ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିସାରିଛନ୍ତି । ବିଜେତା ଦଳର ପଏଣ୍ଟ ସଂଖ୍ୟା ୨୦ରେ ପହଞ୍ଚିଯିବ । ଫଳରେ ଲିଗ୍‌ ପର୍ଯ୍ୟାୟର ଅସଲ ଶ୍ରେଷ୍ଠ ଦଳ ସ୍ପଷ୍ଟ ହୋଇଯିବ । ଏପ୍ରିଲ ୧୦ ତାରିଖରେ ଉଭୟ ପ୍ରଥମ ମ୍ୟାଚ୍‌ ଖେଳିଥିଲେ । କ୍ୟାପିଟାଲ୍ସ ୭ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତିଥିଲା । ସୁପରକିଙ୍ଗ୍‌ସର ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସକୁ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତ ରହିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସୁପରକିଙ୍ଗ୍‌ସ ଓପନର ଋତୁରାଜ ଗାଏକୱାଡ ଶତକ ଅର୍ଜନ କରିଥିଲେ । ଦୁଇ ଦଳ ଭିତରେ ହେବାକୁ ଥିବା ଏହି କଡା ଟକ୍କର ଉପରେ ସମସ୍ତଙ୍କ ନଜର ରହିଛି । ଆଜିର ମ୍ୟାଚ ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking