40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରକାଶ ପାଇଲା ଆଇପିଏଲ-୨୦୨୦ର ମ୍ୟାଚ ତାଲିକା

ପ୍ରକାଶ ପାଇଲା ଆଇପିଏଲ-୨୦୨୦ର ମ୍ୟାଚ ତାଲିକା

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି | ଆଇପିଏଲର ୧୩ ତମ ସିଜନ ୧୯ ସେପ୍ଟେମ୍ବରରୁ ଆବୁଧାବିରେ ଆରମ୍ଭ ହେବ | ଉଦ୍‌ଘାଟନୀ ମ୍ୟାଚ୍ ଗତ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ହେବ। ଧୋନୀଙ୍କ ଚେନ୍ନଇ ସୁପରକିଙ୍ଗସ ସହ ରୋହିତଙ୍କ ମୁମ୍ବାଇ ଇଣ୍ଡିଆ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଆବୁଧାବୀରେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ ମିନିଟରେ ଆରମ୍ଭ ହେବ ।

ଚଳିତ ବର୍ଷ ଆଇପିଏଲ୍ କରୋନା କାରଣରୁ ୟୁନାଇଟେଡ଼ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେଉଛି । ୟୁଏଇର ୩ ସହର ସାରଜା, ଦୁବାଇ ଓ ଆବୁଧାବୀରେ ସମସ୍ତ ମ୍ୟାଚ ଖେଳାଯିବ । କ୍ରୀଡ଼ା ସୂଚୀ ଅନୁସାରେ ଦୁବାଇରେ ୨୪, ଆବୁଧାବୀରେ ୨୦ ଓ ସାରଜାରେ ୧୨ଟି ମ୍ୟାଚ ଅନୁଷ୍ଠିତ ହେବ ।ଆଇପିଏଲ୍ ଇତିହାସରେ ପ୍ରଥମଥର ପାଇଁ ଫାଇନାଲ ରବିବାର ବଦଳରେ ମଙ୍ଗଳବାର କରାଯିବାକୁ ଚଳିତ ବର୍ଷ ନିଷ୍ପତ୍ତି ହୋଇଛି । ଟୁର୍ଣ୍ଣାମେଣ୍ଟରେ ୧୦ଟି ଡ଼ବଲ ହେଡ଼ର ଅର୍ଥାତ୍ ଦିନକୁ ୨ଟି ଲେଖାଏଁ ମ୍ୟାଚ ୧୦ ଦିନ ରଖାଯାଇଛି । ସେହିପରି ପୂର୍ବରୁ ସାଧାରଣତଃ ଆଇପିଏଲ୍ ଅପରାହ୍ନ ୪ଟା ଓ ରାତି ୮ଟାରେ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ ଏହି ସମୟ ଅବଧି ଅଧଘଣ୍ଟା ପୂର୍ବରୁ ଧାର୍ଯ୍ୟ କରିଛନ୍ତି । ଅପରାହ୍ନ ୪ଟା ବଦଳରେ ୩.୩୦ ଓ ରାତି ୮ଟା ବଦଳରେ ୭.୩୦ ମିନିଟରେ ଖେଳ ଆରମ୍ଭ ହେବ ।ଅପରପକ୍ଷରେ ଚଳିତ ବର୍ଷ ଆଇପିଏଲ ଗଭର୍ଣିଂ କାଉନସିଲ କରୋନା ଯୋଗୁଁ ଦଳରେ ୨୪ ଜଣ ଖେଳାଳି ସାମିଲ କରିବାକୁ ଅନୁମତି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking