ଚେନ୍ନାଇ ସୁପର୍ କିଙ୍ଗ୍‌ସର ସୁପର୍ ବିଜୟ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣରେ ଶୁକ୍ରବାର ଅଷ୍ଟମ ମ୍ୟାଚ୍ ଏଠାକାର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବେଳେ ଏଥିରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ଜବରଦସ୍ତ ବିଜୟ ହାସଲ କରିଛି । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ସୁପର୍ କିଙ୍ଗ୍‌ସ ଦଳ ଚମତ୍କାର ବୋଲିଂ କରି ପଞ୍ଜାବ କିଙ୍ଗ୍‌ସ ଇନିଂସକୁ ମାତ୍ର ୧୦୬/୮ରେ ସୀମିତ ରଖିଥିଲା । ଜବାବରେ ଦଳ ଏହି ଲକ୍ଷ୍ୟକୁ ୪ଟି ୱିକେଟ୍ ହରାଇ ୧୫.୪ ଓଭର୍‌ରେ ହାସଲ କରିନେଇଥିଲା । ଏଥିସହ ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ୭ ୱିକେଟ୍‌ରେ ପରାଜୟ ବରଣ କରିଥିବା ଚେନ୍ନାଇ ତା\’ର ପଏଣ୍ଟ୍ ଖାତା ଖୋଲପାରିଛି ଓ ଟେବଲ୍‌ର ସର୍ବନିମ୍ନ ସ୍ଥାନରୁ ଦ୍ୱିତୀୟକୁ ଲମ୍ଫ ପ୍ରଦାନ କରିଛି । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୪ ରନ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଥିବା ପଞ୍ଜାବ ଶୁକ୍ରବାର ତା\’ର ପ୍ରଥମ ପରାଜୟ ବରଣ କରିଛି । ଏଥିସହ ଦଳ ପଏଣ୍ଟ୍ ଟେବଲରେ ତୃତୀୟରୁ ସପ୍ତକୁ ଖସିଯାଇଛି ।

ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ଚେନ୍ନାଇ ପ୍ରତିପକ୍ଷ ପେସର୍ ଦୀପକ ଚହର୍‌ଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ମାତ୍ର ୨୬ ରନ୍‌ରେ ୫ଟି ୱିକେଟ୍ ହରାଇଥିଲା । ଚହର୍ ୪ଟି ୱିକେଟ୍ ନେଇଥିବା ବେଳେ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲଙ୍କୁ ଚମତ୍କାର ଥ୍ରୋ\’ ମାଧ୍ୟମରେ ରବୀନ୍ଦ୍ର ଜାଡେଜା ରନ୍‌ଆଉଟ୍ କରିଥିଲେ । ସେ ମଧ୍ୟ ଘାତକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ କ୍ୟାଚ୍ ନେଇ ତାଙ୍କୁ ପ୍ୟାଭିଲିଅନ୍ ଫେରାଇଥିଲେ । ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ ୩୬ ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରି ୪୭ ରନ୍ କରିବା ସହ ଦଳୀୟ ସେକାର୍‌କୁ ଶହେ ଅତିକ୍ରମ କରାଇବା ସହ ସମ୍ମାନ ରକ୍ଷା କରିଥିଲେ । ତାଙ୍କ ବ୍ୟତୀତ ଝାଇ ରିଚାର୍ଡସନ୍ ୧୫, ଗେଲ୍ ଓ ଦୀପକ ହୁଡ୍ଡା ୧୦ ରନ୍ ଲେଖାଏଁ କରିଥିଲେ । ଆଉ କେହି ଦୁଇ ଅଙ୍କରେ ବି ପହଞ୍ଚିପାରି ନ ଥିଲେ । ଚେନ୍ନାଇ ପକ୍ଷରୁ ଚମତ୍କାର ବୋଲି କରି ୪ ଓଭର୍‌ରେ ଗୋଟିଏ ମେଡେନ୍ ସହ ମାତ୍ର ୧୩ ରନ୍ ଦେଇ ୪ଟି ୱିକେଟ୍ ନେଇ ଚହର୍ ଆଇପିଏଲ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହାଛଡ଼ା ସାମ୍ କୁରାନ୍‌, ମୋଇନ୍ ଅଲୀ ଓ ଡ୍ୱେନ୍ ବ୍ରାଭୋ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

୧୦୭ ରନ୍‌ର ଟାର୍ଗେଟ୍ ହାସଲ କରିବା ସକାଶେ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ ବିଶିଷ୍ଟ ଚେନ୍ନାଇ ପାଇଁ ବିଶେଷ କଷ୍ଟକର ହୋଇ ନ ଥିଲା । ଦଳ ପକ୍ଷରୁ ଯଦିଓ ଓପନର ଋତୁରାଜ ଗାଏକ୍ୱାଡ୍ ୫ ରନ୍ କରି ସଅଳ ଆଉଟ୍ ହୋଇଥିଲେ, କିନ୍ତୁ ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ଅନ୍ୟତମ ଓପନର ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀ ୬୬ ରନ୍ ଯୋଡ଼ିଥିଲେ । ମୋଇନ୍ ୭ ଚୌକା ଓ ଗୋଟିଏ ଛକା ସହ ୪୬ ରନ୍ କରି ଆଉଟ୍ ହେବା ପରେ ସୁରେଶ ରାଇନା ମାତ୍ର ୮ ରନ୍‌ର ଯୋଗଦାନ ଦେଇପାରିଥିଲେ । ତେବେ ଡୁପ୍ଲେସିସ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୩୬ ରନ୍ କରି ଓ ସାମ୍ କୁରାନ୍ ୫ ରନ୍ କରି ଅପରାଜିତ ରହିବା ସହ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ପଞ୍ଜାବ ପକ୍ଷରୁ ଶମୀ ୨ଟି ଏବଂ ଅର୍ଶଦୀପ ସିଂ ଓ ମୁରୁଗାନ୍ ଅଶ୍ୱିନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here