34.1 C
Bhubaneswar
Friday, March 29, 2024
Homeଆଇପିଏଲ୍ -2022ହାଇଦ୍ରାବାଦକୁ ୬ ରନ୍‌ରେ ହରାଇଲା ବାଙ୍ଗାଲୋର

ହାଇଦ୍ରାବାଦକୁ ୬ ରନ୍‌ରେ ହରାଇଲା ବାଙ୍ଗାଲୋର

ଚେନ୍ନାଇ :ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣର ଷଷ୍ଠ ଦିନରେ ବୁଧବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ତା’ର କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିବା ବିରାଟ କୋହଲି ଆର୍‌ସିବି ତା’ର ଦ୍ୱିତୀୟ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ … ରନ୍‌ରେ ପରାସ୍ତ କରିଛି । ଟସ୍ ଜିତି ପ୍ରତିପକ୍ଷ ସନ୍‌ରାଇଜର୍ସକୁ ପ୍ରଥମେ ବ୍ୟାଟିଂ ଦେଇଥିଲା ଆର୍‌ସିବି ସନ୍‌ରାଇଜର୍ସ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଦଳ ପକ୍ଷରୁ ଗ୍ଲେନ୍ ମ୍ୟାକ୍ସୱେଲ୍ ୪୧ଟି ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ସହ ୫୯ ରନ୍ କରିଥିବା ବେଳେ ଓପନର ତଥା ଅଧିନାୟକ ବିରାଟ କୋହଲି ୪ଟି ଚୌକା ସହ ୩୩ ରନ୍ କରିଥିଲେ । ସନ୍‌ରାଇଜର୍ସ ପକ୍ଷରୁ ଜେସନ୍ ହୋଲଡର୍ ସର୍ବାଧିକ ୩ଟି ଏବଂ ରଶିଦ୍ ଖାନ୍ ୨ଟି ୱିକେଟ୍ ନେଇଥିଲେ ।

ଜବାବରେ ସନ୍‌ରାଇଜର୍ସର ପ୍ରଥମ ୱିକେଟ୍ ୧୩ ରନ୍‌ରେ ପଡ଼ିଯାଇଥିଲା । ଋଦ୍ଧିମାନ୍ ସାହା ୧ ରନ୍ କରି ଆଉଟ୍ ହୋଇଥିଲେ । ଦ୍ୱିତୀୟ ୱିକେଟ୍‌ରେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍ ମନୀଷ ପାଣ୍ଡେଙ୍କ ସହ ୮୩ ରନ୍ ଯୋଡ଼ି ସ୍ଥିତିକୁ ଆଗେଇ ନେଇଥିଲେ । କିନ୍ତ ୱାର୍ଣ୍ଣର୍ ୩୭ ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ୫୪ ରନ୍ କରି ଆଉଟ୍ ହେବା ପରେ ଆଉ କୌଣସି ହାଇଦ୍ରାବାଦୀ ବ୍ୟାଟ୍ସମ୍ୟାନ୍ ବେଶୀ ସମୟ ତିଷ୍ଠି ପାରି ନ ଥିଲେ । ମନୀଷ ପାଣ୍ଡେ ୩୯ ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ଜରିଆରେ ୩୮ ରନ୍ କରିଥିବା ବେଳେ ଶେଷ ଭାଗରେ ରାଶିଦ୍ ଖାନ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୭ ରନ୍ କରିଥିଲେ । ଆର୍‌ସିବି ପକ୍ଷରୁ ସ୍ପିନର୍ ଶାହବାଜ୍ ଅହମ୍ମଦ ୨ ଓଭର୍‌ରେ ମାତ୍ର ୭ ରନ୍ ଦେଇ ୩ଟି ୱିକେଟ୍ ନେବା ସହ ଦଳର ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସେ ଗୋଟିଏ ଓଭର୍‌ରେ ବେୟାର୍‌ଷ୍ଟୋ, ମନୀଷ ପାଣ୍ଡେ ଓ ଅବଦୁଲ୍ ଶମଦ୍‌ଙ୍କ ୱିକେଟ୍ ନେଇ ମ୍ୟାଚ୍‌ର ଗତିପଥ ବଦଳାଇଦେଇଥିଲେ । ଏହାଛଡ଼ା ଗତ ମ୍ୟାଚ୍‌ର ଶ୍ରେଷ୍ଠ ବୋଲର୍ ବିବେଚିତ ହୋଇଥିବା ପେସର୍ ହର୍ଷଲ୍ ପଟେଲ୍ ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking