32.1 C
Bhubaneswar
Thursday, March 28, 2024
Homeଆଇପିଏଲ୍ -2022ପୃଥ୍ୱୀ ଶ'ଙ୍କ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ, କେକେଆର୍‌କୁ ଦାବିଲା ଦିଲ୍ଲୀ

ପୃଥ୍ୱୀ ଶ’ଙ୍କ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ, କେକେଆର୍‌କୁ ଦାବିଲା ଦିଲ୍ଲୀ

ଅହମଦାବାଦ : ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରତିପକ୍ଷ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ବୃହତ୍ ୭ ୱିକେଟ୍‌ରେ ପରାସ୍ତ କରିଛି । ଏଥିସହ ଦିଲ୍ଲୀ ତା ‘ର ଚତୁର୍ଥ ବିଜୟ ହାସଲ କରିବା ସହ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ସେହିପରିପ୍ରତିପକ୍ଷ କେକେଆର୍ ତା ‘ର ପଞ୍ଚମ ପରାଜୟ ବରଣ କରି ପଞ୍ଚମରେ ଅପରିବର୍ତ୍ତିତ ରହିଛି । ପ୍ରଥମେ ବ୍ୟାଟିଂ ପାଇଁ ଆହ୍ୱାନ ପାଇଁ କେକେଆର୍ ୬ ୱିକେଟରେ ୧୫୪ ରନ୍ କରିଥିଲା । ଦଳ ପକ୍ଷରୁ ଆନ୍ଦ୍ରେ ରସେଲ୍ ୨ଟି ଚୌକା ଓ ୪ଟି ଛକା ସହ ୪୫, ଓପନର ଶୁବମାନ ଗିଲ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୪୩ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ଓ ଲଳିତ ଯାଦବ ୨ଟି ଲେଖାଏଁ ଏବଂ ଅଭେଶ ଖାନ୍ ଓ ମାର୍କସ ଷ୍ଟୋଇନିସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଦିଲ୍ଲୀ ଓପନର ପୃଥ୍ୱୀ ଶ’ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୮ ବଲରେ ଅର୍ଦ୍ଧଶତକ ପୂରଣ କରି ଆଇପିଏଲ୍ ଇତିହାସରେ ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ କ୍ରିସ୍ ମୋରିସଙ୍କ ନାମରେ ଥିବା ବେଳେ ସେ ୧୭ଟି ବଲ୍ ନେଇଥିଲେ । ସେହିପରି ଦିଲ୍ଲୀ ଅଧିନାୟକ ଋଷକ ପନ୍ତ୍ ମଧ୍ୟ ୧୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ସେହିପରି ୪୬ ରନ୍ କରିଥିବା ଅନ୍ୟତମ ଓଫନର ଶିଖର ଧୱନ୍ ଆଇପିଏଲ୍‌ରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି । ସେ ଆଜି ପର୍ଯ୍ୟନ୍ତ ୫୪୯୦ ରନ୍ ସଂଗ୍ରହ କରିଥିବା ବେଳେ ଏହି ତାଲିକାର ଶୀର୍ଷରେ ବିରାଟ କୋହଲି ଅଛନ୍ତି, ଯିଏକି ୬ ହଜାର ୪୧ ରନ୍ କରିଛନ୍ତି । ପୃଥ୍ୱୀ ୪୧ ବଲରେ ୧୧ଟି ଚୌକା ଓ ୩ଟି ଛକା ସହ ୮୨ ରନ୍ କରିଥିବା ବେଳେ ଧୱନ୍‌ଙ୍କ ଇନିଂସରେ ୪ଟି ଚୌକା ଓ ଗୋଟିଏ ଛକା ରହିଥିଲା । କେକେଆର୍ ପକ୍ଷରୁ ୩ଟି ଯାକ ଓି୍ୱକେଟ୍ ପ୍ୟାଟ୍ କମିନ୍ସ ନେଇଥିଲେ । ମାତ୍ର ୪୧ ବଲରେ ୧୧ଟି ଚୌକା ଓ ୩ଟି ଛକା ସହ କେକେଆର୍‌ର ବୋଲିଂକୁ ଧ୍ୱସ୍ତବିଧ୍ୱସ୍ତ କରିପକାଇଥିବା ପୃଥ୍ୱୀ ଶ’ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking