34.1 C
Bhubaneswar
Thursday, March 28, 2024
Homeଆଇପିଏଲ୍ -2022ଡିଭିଲିୟର୍ସଙ୍କ ଧୂଆଁଧାର ଇନିଂସ,  ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଜିତିଲା ଆର୍‌ସିବି

ଡିଭିଲିୟର୍ସଙ୍କ ଧୂଆଁଧାର ଇନିଂସ,  ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଜିତିଲା ଆର୍‌ସିବି

ଅହମ୍ମଦାବାଦ : ଚଳିତ ଆଇପିଏଲ୍‌-୧୪ର ୨୨ତମ ମ୍ୟାଚ୍‌ଟି ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯାଇଥିବା ବେଳେ ଏଥିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ୧ ରନ୍‌ରେ ବିଜୟୀ ହୋଇଛି । ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଭରପୂର ସଂଘର୍ଷ କରିଥିଲେ ମଧ୍ୟ ଶେଷ ବଲ୍‌ରେ ଛକାର ଆବଶ୍ୟକତା ଥିବା ବେଳେ ଅଧିନାୟକ ପନ୍ତ୍ ଚୌକା ମାରିପାରିଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ ପାଇଥିôବା ଆର୍‌ସିବି ପକ୍ଷରୁ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ମାତ୍ର ୪୨ ବଲରେ ୩ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୭୫ ରନ୍ କରିବା ଫଳରେ ଦଳ ୫ ୱିକେଟ୍ ବିନିମୟରେ ୧୭୧ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୪ଟି ୱିକେଟ୍ ହରାଇ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା । ପଞ୍ଚମ ବିଜୟ ସହ ଆର୍‌ସିବି ପଏଣ୍ଟ୍ ଟେବଲରେ ଚେନ୍ନାଇକୁ ଦ୍ୱିତୀୟ ସ୍ଥାନକୁ ଠେଲି ନିଜେ ଏକ ନମ୍ବରରେ ରହିଛି । ଅନ୍ୟପକ୍ଷରେ ଦ୍ୱିତୀୟ ପରାଜୟ ବରଣ କରିଥିôବା ଦିଲ୍ଲୀ ପଏଣ୍ଟ୍ ଟେବଲ୍‌ରେ ତୃତୀୟ ସ୍ଥାନକୁ ଖସିଆସିଛି ।

ଆର୍‌ସିବି ତା’ର ପ୍ରଥମ ୩ଟି ୱିକେଟ୍ ମାତ୍ର ୬୦ ରନ୍ ମଧ୍ୟରେ ହରାଇଥିଲେ ହେଁ ଚତୁର୍ଥ ୱିକେଟ୍‌ରେ ଡିଭିଲିୟର୍ସ ଓ ରଜତ ପାଟୀଦାର ୫୪ ରନ୍ ଯୋଡ଼ିଥିଲେ । ପାଟୀଦାର ୨୨ ବଲ୍ ଖେଳି ୨ଟି ଛକା ସହ ୩୧ ରନ୍ କରିଥିଲେ । ଏହାଛଡ଼ା ଗ୍ଲେନ୍ ମ୍ୟାକ୍ସୱେଲ୍ ୨୦ ବଲ୍‌ରେ ଗୋଟିଏ ଚୌକା ଓ ୨ଟି ଛକା ସହ ୨୫ ରନ୍‌ର ସହଯୋଗ ଦେଇଥିଲେ । ଦିଲ୍ଲୀ ପକ୍ଷରୁ ଈଶାନ୍ତ ଶର୍ମା, କାଗିସୋ ରବାଡା, ଅଭେଶ ଖାନ୍‌, ଅମିତ ମିଶ୍ରା ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଜବାବରେ ଦିଲ୍ଲୀ ପ୍ରଥମରୁ ଓପନର ଶିଖର ଧୱନ୍‌ଙ୍କୁ ହରାଇବା ସହ ପରେ ପରେ ଷ୍ଟିଭେନ୍ ସ୍ମିଥ୍ ବି ଶସ୍ତାରେ ଆଉଟ୍ ହୋଇଥିଲେ । ପୃଥ୍ୱୀ ଶ’ ମଧ୍ୟ ୩ଟି ଚୌକା ସହ ୨୧ ରନ୍ କରି ଆଉଟ୍ ହୋଇଥିଲେ । ଏହି ସମୟରେ ପନ୍ତ୍ ଓ ମାର୍କସ୍ ଷ୍ଟୋଇନିସ୍‌ଙ୍କ ମଧ୍ୟରେ ୪୫ ରନ୍‌ର ଭାଗୀଦାରୀ ହୋଇଥିଲା । ଷ୍ଟୋଇନିସ୍ ୨୨ ରନ୍‌ରେ ଆଉଟ୍ ହେବା ପରେ ଶିମରୋନ୍ ହେଟମେୟର୍ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୫ ବଲରେ ୨ଟି ଚୌକା ଓ ୪ଟି ଛକା ସହ ୫୩ ରନ୍ କରି ଆଇପିଏଲ୍‌ରେ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାଛଡ଼ା ପନ୍ତ୍ ୪୮ ବଲରେ ୬ଟି ଚୌକା ସହାୟତାରେ ୫୮ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ଆର୍‌ସିବି ପକ୍ଷରୁ ହର୍ଷଲ୍ ପଟେଲ୍ ୨ଟି ଏବଂ ମହମ୍ମଦ ସିରାଜ୍ ଓ କାଇଲ୍ ଜେମିସନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking