39.4 C
Bhubaneswar
Thursday, April 18, 2024
HomeUncategorizedକେକେଆର୍ ଟିମକୁ ଲାଗିଲା ବଡ ଝଟକା; ଏହି ଖେଳାଳୀ ହେଲେ ଦଳରୁ ଆଉଟ୍‌

କେକେଆର୍ ଟିମକୁ ଲାଗିଲା ବଡ ଝଟକା; ଏହି ଖେଳାଳୀ ହେଲେ ଦଳରୁ ଆଉଟ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲର ଆଗାମୀ ସିଜିନ୍ ଆରମ୍ଭ ହେବାକୁ ଏବେ ୧ ମାସ ବାକି ଅଛି । ହେଲେ ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଟିମକୁ ଏକ ବଡ ଝଟକା ଲାଗିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅର୍ଥାତ ବିସିସିଆଇ ଜଣେ ଅନୁଭବୀ ଖେଳାଳୀଙ୍କୁ କେକେଆର୍ ଟିମରୁ ଅଯୋଗ୍ୟ ଘୋଷଣା କରିଛି । ଯାହାଫଳରେ ଏହି ଖେଳାଳୀ କେବଳ ୨୦୨୦ ଆଇପିଏଲ ନୁହେଁ, ବରଂ ଏହି ଲିଗ୍ ର କୌଣିସ ସିଜିନରେ ଖେଳିପାରିବେ ନାହିଁ ।

୨୦୧୯ ଡିସେମ୍ବରରେ କୋଲକାତାରେ ଆଇପିଏଲ ୨୦୨୦ ପାଇଁ ଅକ୍ସନରେ ୪୮ ବର୍ଷୀୟ ପ୍ରବୀଣ ତାମ୍ବେଙ୍କୁ କୋଲକାତା ନାଇଟ ରାଇଡର୍ସ ଫ୍ରାଂଚାଇଜ ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସରେ କିଣିଥିଲା । ସେହି ସମୟରେ ତାମ୍ବେଙ୍କ ବୟସକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କାରଣ କେକେଆର ଟିମର ହେଡ୍ କୋଟ୍ ବ୍ରାଣ୍ଡନ ମ୍ୟାକୁଲମଙ୍କ ବୟସଠାରୁ ବି ୧୦ ବର୍ଷ ଅଧିକା । ହେଲେ ସବୁ ପରେ ବି କେକେଆର୍ ତାମ୍ବେଙ୍କୁ କିଣିଥିଲା । କାରଣ ଖେଳରେ କୌଣସି ବୟସ ସୀମା ନଥାଏ । ଅନ୍ତର୍ଜାତୀୟ ଟି-୧୦ରେ ତାମ୍ବେ ଖେଳିସାରିଥିବାରୁ ସେ ଆଇପିଏଲରେ ଖେଳିପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking