30.1 C
Bhubaneswar
Wednesday, April 24, 2024
Homeଖେଳଆଇପିଏଲରେ ପୁଣି ଥରେ ନିରାଶ ବିରାଟ

ଆଇପିଏଲରେ ପୁଣି ଥରେ ନିରାଶ ବିରାଟ

ନୂଆଦିଲ୍ଲୀ : ବିଶ୍ୱର ଅନ୍ୟତମ ସଫଳ କ୍ରିକେଟର ହେଉଛନ୍ତି ବିରାଟ କେହଲି । ତେବେ ସେ ଆଇପିଏଲରେ ପୁଣି ଥରେ ନିରାଶ ହୋଇଛନ୍ତି । ୨୦୦୮ରୁ ରୟାଲ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ବିରାଟ ଟ୍ରଫି ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ସୋମବାର ରାତିରେ ଚୁରମାର ହୋଇଯାଇଛି । ଆଇପିଏଲର ଏଲିମେନିଟର ମ୍ୟାଚରେ ରୟାଲ ଚ୍ୟାଲଞ୍ଚର୍ସ ବାଙ୍ଗାଲୋର ୪ ୱିକେଟରେ କଲିକାତା ନାଇଟ ରାଇଡର୍ସ ନିକଟରୁ ପରାଜିତ ହୋଇଛି ।

ଅଧିନାୟକ ବିରାଟ କୋହଲିଙ୍କ ସ୍ୱପ୍ନ ଅଧୁିରା ରହିଥିବା ବେଳେ ଦଳର ଯାତ୍ରା ମଧ୍ୟ ଶେଷ ହୋଇଛି । ତେବେ ଏଠି ସବୁଠୁ ବଡ କଥା ହେଲା ବିରାଟ ଆଉ କେବେ ବି ଆିପିଏଲରେ ଟ୍ରଫି ଜିତାଇ ପାରିବେ ନାହିଁ । ପୂର୍ବରୁ ଚଳିତ ଆଇପିଏଲ ଅଧାରୁ ବିରାଟ ଟ୍ୱେଣ୍ଟି୨୦ ଟ୍ୱେଣ୍ଟି୨୦ ଅଧିନାୟକ ପଦ ଛାଡିବାକୁ ଘୋଷଣଣା କରିଥିଲେ । କୋହଲିଙ୍କ ନେତୃତ୍ୱରେ ଆରସିବି ସୋମବାର ଶେଷ ମ୍ୟାଚ ଖେଳିଥିଲା । କଲିକାତା ଠାରୁ ଶେଷ ମ୍ୟାଚ ହାରିବା ପରେ ବିରାଟ ଭାବବିହ୍ୱଳ ହୋଇଯାଇଥିଲେ । ବିରାଟ ୨୦୧୩ରେ ଡାନିଏଲ ଭେଟେରାଙ୍କୀଠାରୁ ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱ ନେଇଥିଲେ । ୨୦୧୬ରେ ଆରସିବି ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking