26.7 C
Bhubaneswar
Friday, April 19, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫: ପଞ୍ଜାବକୁ ହରାଇ ଶୀର୍ଷ ୪ରେ ଦିଲ୍ଲୀ

ଆଇପିଏଲ୍‌-୧୫: ପଞ୍ଜାବକୁ ହରାଇ ଶୀର୍ଷ ୪ରେ ଦିଲ୍ଲୀ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ସୋମବାର ୬୪ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭ ରନ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରି ଶୀର୍ଷ ୪ରେ ପହଞ୍ଚି ତା’ର ପ୍ଲେଅଫ୍ ସମ୍ଭାବନାକୁ ବଜାୟ ରଖିଛି । ଅନ୍ୟପକ୍ଷରେ ତ୍ରୟୋଦଶ ମ୍ୟାଚ୍‌ରେ ସପ୍ତମ ପରାଜୟ ବରଣ କରି ପଞ୍ଜାବ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ପ୍ରଥମେ ବ୍ୟାଟିଂ ପାଇ ଦିଲ୍ଲୀ ୭ ୱିକେଟ୍ ବିନିମୟରେ ୧୫୯ ରନ୍ କରିଥିଲା । ଏହାର ଜବାବରେ ପଞ୍ଜାବ ୯ଟି ୱିକେଟ୍ ବିନିମୟରେ ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଇନିଂସର ପ୍ରଥମ ବଲ୍‌ରେ ଇନ୍‌ଫର୍ମ ଓପନର ଡେଭିଡ୍ ୱାର୍ଣ୍ଣର୍‌ଙ୍କୁ ଦିଲ୍ଲୀ ହରାଇଥିଲେ ହେଁ ମିଚେଲ୍ ମାର୍ଶ ଓ ଅନ୍ୟତମ ଓପନର ସର୍ଫରାଜ ଖାନ୍ ଦ୍ୱିତୀୟ ୱିକେଟ୍‌ରେ ୫୧ ରନ୍ ଯୋଡ଼ିଥିଲେ । ୧୬ଟି ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ସହ ୩୨ ରନ୍ କରି ସର୍ଫରାଜ ଆଉଟ୍ ହେବା ପରେ ମାର୍ଶ ତୃତୀୟ ୱିକେଟ୍‌ରେ ଲଳିତ ଯାଦବଙ୍କ ସହ ୪୭ ରନ୍‌ର ଭାଗୀଦାରୀ କରିଥିଲେ । ଯାଦବ ୨୧ଟି ବଲ୍ ଖେଳି ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୨୪ ରନ୍ କରିଥିଲେ । ଏହାପରେ ଅଧିନାୟକ ଋଷଭ ପନ୍ତ୍ ୭, ରୋଭମାନ୍ ପାୱେଲ୍ ୨ ରନ୍ କରି ଆଉଟ୍ ହୋଇଥିଲେ ହେଁ ମାର୍ଶ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେ ୪୮ଟି ବଲ୍‌ରେ ୪ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୬୩ ରନ୍ କରି ଷଷ୍ଠ ୱିକେଟ୍ ଭାବେ ବିଦାୟ ନେଇଥିଲେ । ଏହାପରେ ଅଲ୍‌ରାଉଣ୍ଡର୍ ଅକ୍ଷର ପଟେଲ୍ ୨ଟି ଚୌକା ସହ ୧୭ ରନ୍ କରି ଅପରାଜିତ ରହି ଦଳୀୟ ସ୍କୋର୍‌କୁ ୧୫୯/୭ରେ ପହଞ୍ଚାଇଥିଲେ । ପଞ୍ଜାବ ପକ୍ଷରୁ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଓ ଅର୍ଶଦୀପ ସିଂହ ୩ଟି ଲେଖାଏଁ ଏବଂ କାଗିସୋ ରବାଡା ଗୋଟିଏ ୱିକେଟ୍ ନେଇଥିଲେ ।
ବ୍ୟାଟିଂରେ ପଞ୍ଜାବର ଦୁଇ ଓପନର ଜନ୍ନି ବେୟାର୍‌ଷ୍ଟୋ ଓ ଶିଖର ଧୱନ୍ ଦ୍ରୁତ ୩୮ ରନ୍ ଯୋଡ଼ିଥିଲେ ହେଁ ଏହି ଭାଗୀଦାରୀ ଭାଙ୍ଗିବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଦଳୀୟ ସ୍କୋର୍ ୮୨ରେ ପହଞ୍ଚିବା ବେଳକୁ ପଞ୍ଜାବ ୭ଟି ୱିକେଟ୍ ହରାଇସାରିଥିଲା । ଜିତେଶ ଶାହ ୩୪ଟି ବଲ୍‌ରେ ୩ଟି ଚୌକା ଓ ୨ଟି ଛକା ସହ ୪୪ ରନ୍ କରିଥିବା ବେଳେ ଓପନର ବେୟାର୍‌ଷ୍ଟୋ ୧୫ଟି ବଲ୍‌ରେ ୪ଟି ଚୌକା ଓ ଗୋଟିଏ ଛକା ସହ ୨୮, ରାହୁଲ୍ ଚହର୍ ୨ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୨୫ ଏବଂ ଧୱନ୍ ୩ଟି ଚୌକା ସହ ୧୯ ରନ୍ କରିଥିଲେ । ରାହୁଲ୍ ଓ ଜିତେଶ ଅଷ୍ଟମ ୱିକେଟ୍‌ରେ ସର୍ବାଧିକ ୪୧ ରନ୍ ଯୋଡ଼ିଥିଲେ । ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଲ୍ ଠାକୁର ୪ଟି ୱିକେଟ୍ ନେଇ ଶ୍ରେଷ୍ଠ ଫିଗର୍ ହାସଲ କରିଥିବା ବେଳେ ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଦିଲ୍ଲୀ କ୍ୟାପିଟାଲ୍ସ:୧୫୯/୭, ୨୦ ଓଭର୍ (ମିଚେଲ୍ ମାର୍ଶ-୬୩, ସର୍ଫରାଜ ଖାନ୍‌-୩୨, ଲିଆମ୍ ଲିଭିଙ୍ଗଷ୍ଟୋନ୍‌-୨୭/୩, ଅର୍ଶଦୀପ ସିଂହ-୩୭/୩); ପଞ୍ଜାବ କିଙ୍ଗ୍‌ସ-୧୪୨/୯, ୨୦ ଓଭର୍ (ଜିତେଶ ଶାହ-୪୪, ଜନ୍ନି ବେୟାର୍‌ଷ୍ଟୋ-୨୮, ଶାର୍ଦ୍ଦୁଲ୍ ଠାକୁର-୨୮/୪, ଅକ୍ଷର ପଟେଲ୍‌-୧୪/୨) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking