27.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ମୁମ୍ବାଇର ପ୍ରଥମ ବିଜୟ

ମୁମ୍ବାଇର ପ୍ରଥମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶେଷରେ ୫ ଥରର ଚାମ୍ପିଅନ୍ ଟିମ୍ ମୁମ୍ବାଇ ତା’ର ପ୍ରଥମ ବିଜୟ ହାସଲ କରିଛି । ଦଳ ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୫ ୱିକେଟ୍‌ରେ ପରାସ୍ତ କରି ନବମ ମ୍ୟାଚ୍‌ରେ ତା’ର ପଏଣ୍ଟ୍ ଖାତା ଖୋଲିବାରେ ସକ୍ଷମ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଥିବା ରାଜସ୍ଥାନ ୬ଟି ୱିକେଟ୍ ବିନିମୟରେ ୧୫୮ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଜୋସ୍ ବଟଲର୍ ସର୍ବାଧିକ ୬୭ ରନ୍ କରିଥିଲେ । ସେ ୫ଟି ଚୌକା ଓ ୪ଟି ଛକା ସହ ୫୨ଟି ବଲ୍‌ରେ ଏହି ରନ୍ କରିଥିଲେ । ଏହାଛଡ଼ା ରବିଚନ୍ଦ୍ରନ୍ ଅଶ୍ୱିନ୍ ମାତ୍ର ୯ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୧, ଡାରିଲ୍ ମିଚେଲ୍ ଗୋଟିଏ ଚୌକା ଜରିଆରେ ୧୭, ଅଧିନାୟକ ସଞ୍ଜୁ ସାମ୍‌ସନ୍ ୨ଟି ଛକା ସହ ୧୬ ଏବଂ ଅନ୍ୟତମ ଓପନର ଦେବଦତ୍ତ ପାଡିକଲ୍ ୩ଟି ଚୌକା ସହ ୧୫ ରନ୍‌ର ଯୋଗଦାନ ଦେଇଥିଲେ । ମୁମ୍ବାଇ ପକ୍ଷରୁ ହ୍ରିତିକ୍ ଶୋକିନ୍ ଓ ରିଲି ମେରେଡିଥ୍ ୨ଟି ଲେଖାଏଁ ଏବଂ ଡାନିଏଲ୍ ସାମ୍ସ ଗୋଟିଏ ୱିକେଟ୍ ନେଇଥିଲେ ।

ଜବାବରେ ମୁମ୍ବାଇ ଅଧିନାୟକ ତଥା ଓପନର ରୋହିତ ଶର୍ମା ମାତ୍ର ୨ ରନ୍ କରି ପୁଣିଥରେ ଫେଲ୍ ମାରିଥିଲେ । କିନ୍ତୁ ସୂର୍ଯ୍ୟୃକୁମାର ଯାଦବ ୩୯ଟି ବଲ୍‌ରେ ୫ଟି ଚୌକା ଓ ୨ଟି ଛକା ସହ ୫୧ ରନ୍ କରିଥିଲେ । ଏହାଛଡ଼ା ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ୩୦ଟି ବଲ୍‌ରେ ଗୋଟିଏ ଚୌକା ଓ ୨ଟି ଛକା ସହ ୩୫, ଅନ୍ୟତମ ଓପନର ଈଶାନ୍ କିଶନ୍ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୬ ଓ ୯ଟି ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ସହ ଟିମ୍ ଡେଭିଡ୍ ୨୦ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍‌, ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଣ୍ଟ୍ ବୋଲ୍ଟ, ୟୁଜବେନ୍ଦ୍ର ଚହଲ୍ ଓ କୁଲଦୀପ ସେନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ରାଜସ୍ଥାନ ରୟାଲ୍ସ-୧୫୮/୬, ୨୦ ଓଭର୍ (ଜୋସ୍ ବଟଲର୍‌-୬୭, ରବିଚନ୍ଦ୍ରନ୍ ଅଶ୍ୱିନ୍‌-୨୧, ରିଲି ମେରେଡିଥ୍‌-୨୪/୨, ହ୍ରିତିକ ଶୋକିନ୍‌-୪୭/୨); ମୁମ୍ବାଇ ଇଣ୍ଡିଆନ୍ସ-୧୬୧, ୧୯.୨ ଓଭର୍ (ସୂର୍ଯ୍ୟକୁମାର ଯାଦବ-୫୧, ତିଲକ ବର୍ମା-୩୫, ରବିଚନ୍ଦ୍ରନ୍ ଅଶ୍ୱିନ୍‌-୨୧/୧, ପ୍ରସିଦ୍ଧ କ୍ରିଷ୍ଣା-୨୯/୧) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking