26.1 C
Bhubaneswar
Friday, March 29, 2024
Homeଖେଳଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ

ନୂଆଦିଲ୍ଲୀ : ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ । ଉଭୟ ଦଳ ସମ୍ପ୍ରତି ‘କର ବା ମର’ ସ୍ଥିତିରେ ରହିଛନ୍ତି । ୧୦ଟି ଲେଖାଏଁ ମ୍ୟାଚ୍‌ ଖେଳି ଉଭୟ ଦଳ ୮ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ସପ୍ତମ ଓ ପଞ୍ଜାବ କିଙ୍ଗ୍‌ସ ଷଷ୍ଠ ସ୍ଥାନରେ ରହିଛନ୍ତି । ତେଣୁ ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଉଭୟ ଦଳକୁ ଅତି କମ୍‌ରେ ଆଉ ୩ଟି ବିଜୟ ଆବଶ୍ୟକ ।

ପ୍ରଦର୍ଶନକୁ ଦେଖିଲେ ପଞ୍ଜାବ କିଙ୍ଗ୍‌ସର ପଲା ଭାରି ରହିବ । ଦଳର ଅଧିକାଂଶ ଖେଳାଳି ଫର୍ମରେ ରହିଛନ୍ତି । ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍‌, ନିକୋଲାସ୍‌ ପୂରନ, ମହମ୍ମଦ ସାମି ଓ ଅର୍ଶଦୀପ ସିଂହ ପ୍ରମୁଖ ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି ।

ପ୍ରଥମାର୍ଦ୍ଧରେ ଉନ୍ନତ ପ୍ରଦର୍ଶନ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟାର୍ଦ୍ଧରେ ନିରାଶ କରିଛି । କେବଳ ରୋହିତ ଶର୍ମା ଓ ଜଶପ୍ରୀତ ବୁମରାଙ୍କୁ ଛାଡ଼ିଦେଲେ ଏପର୍ଯ୍ୟନ୍ତ କେହି ଦକ୍ଷତା ପ୍ରଦର୍ଶନ କରିନାହାନ୍ତି । ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୯ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସର ୬/୧୩୧ ରନ୍‌ ଜବାବରେ ପଞ୍ଜାବ କିଙ୍ଗ୍‌ସ ୧୭.୪ ଓଭରରେ ୧ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା । ଏଥର ମୁମ୍ବାଇ ଇଣ୍ଡିଆନ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking