32.1 C
Bhubaneswar
Tuesday, April 23, 2024
Homeଆଇପିଏଲ୍ -2022କଲକାତା ନାଇଟ୍‍ ରାଇଡର୍ସ ୧୦ ରନରେ ବିଜୟୀ

କଲକାତା ନାଇଟ୍‍ ରାଇଡର୍ସ ୧୦ ରନରେ ବିଜୟୀ

ନୂଆଦିଲ୍ଲୀ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚରେ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମୁହିଁମୁହିଁ ହୋଇଥିଲେ ।  ୧୦ ରନରେ ଜିତି ନେଇଛି କୋଲକାତା ନାଇଟ୍ ରାଇଡର୍ସ । ସନ୍‍ରାଇଜର୍ସ ହାଇଦରାବାଦ୍‍ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲା । ୧୮୮ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୧.୩ ଓଭରରେ ଋଦ୍ଧିମାନ ଶାହ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ୨.୧ ଓଭରରେ ୩ ରନ୍ କରି ଆଉଟ୍ ହୋଇଥିଲେ ଡେଭିଡ୍ ୱାର୍ଣ୍ଣର ।

ମନୀଷ ପାଣ୍ଡେ ୪୪ ବଲରେ ୬୧ ରନର ଅପରାଜିତ ପାଳି ଖେଳିଥିଲେ । ଦଳ ପକ୍ଷରୁ ଜନ୍ନି ବେୟାରଷ୍ଟୋ ୪୦ ବଲରେ ୫୫ ରନ୍ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୫ ୱିକେଟ୍ ହରାଇ ୧୭୭ ରନ୍ କରିବାରେ ସକ୍ଷମ ହୋଇଥିଲା । କଲକାତା ନାଇଟ୍‍ ରାଇଡର୍ସ ପକ୍ଷରୁ ଆରମ୍ଭରୁ ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା।  ଶୁବମନ ଗିଲ୍ ଓ ନିତିଶ ରାଣା ଓପନ କରିଥିଲେ। ଗିଲ୍ ୧୩ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ପିଚରେ ରାହୁଲ ତ୍ରିପାଠୀ ଓ ନିତିଶ ରାଣାଙ୍କ ଧୂଆଁଦାର ବ୍ଯାଟିଂ ଦେଖିବାକୁ ମିଳିଥିଲା। ରାହୁଲ ତ୍ରିପାଠୀ ୨୯ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ନିତିଶ ରାଣା ୫୬ ବଲରେ ୮୦ ରନ କରି ଆଉଟ ହୋଇଥିଲେ।  ଫଳରେ କୋଲକାତା ନାଇଟ୍ ରାଇଡର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ ୧୦ ରନରେ ଜିତି ନେଇଛି । ଦଳ ପକ୍ଷରୁ ପ୍ରସିଦ୍ଧ କ୍ରୀଷ୍ଣା ୨ଟି ୱିକେଟ୍ ନେଇଥିବା ବେଳେ ଶକିବ, କମିନ୍ସ ଓ ରୁସେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking