28.1 C
Bhubaneswar
Wednesday, April 24, 2024
Homeଖେଳଆଇପିଏଲ ବାତିଲ ହେବାର ଆଶଙ୍କା

ଆଇପିଏଲ ବାତିଲ ହେବାର ଆଶଙ୍କା

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ଦେଶର ଲୋକପ୍ରିୟ କ୍ରିକେଟ ପ୍ରତିଯୋଗିତା ଆଇପିଏଲ ବାତିଲ ହେବାର ଆଶଙ୍କା ଦେଖାଦେଇଛି । ଚଳିତ ମାସ ୨୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲକୁ ଘୁଞ୍ଚାଇଦେବାକୁ ବିସିସିଆଇ ବିଚାର କରୁଛି । ଏ ସଂପର୍କରେ ଆଲୋଚନା ପାଇଁ ଶନିବାରଦିନ ବିସିସିଆଇ ପକ୍ଷରୁ ଆଇପିଏଲ ଗଭର୍ଣ୍ଣିଂ ବଡିର ଏକ ବୈଠକ ଡକାଯାଇଛି ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେସ ପଟେଲ କହିଛନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ଆଇପିଏଲ ମ୍ୟାଚକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କରୋନା ଭାଇରସକୁ ବୁଧବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ତାହାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଭାଇରସ ଏବେ ବିଶ୍ୱର ୧୦୫ଟି ଦେଶରେ ପହଞ୍ଚିସାରିଲାଣି । ଭାରତ ସରକାର ମଧ୍ୟ ଏହାର ନିୟନ୍ତ୍ରଣ ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରାଯାଇଛି । ଲୋକମାନେ ଏକତ୍ରିତ ହେଉଥିବା ବିଭିନ୍ନ ସମାରୋହ ଉପରେ କଟକଣା ଲଗାଯାଇଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବିସିସିଆଇ ସମେତ ଅନ୍ୟ ନ୍ୟାସନାଲ କ୍ରିକେଟ୍ ଫେଡେରେସନକୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କରୋନୋ ଭୂତାଣୁ(ଭାଇରସ୍) ଏବେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଦେଶରେ ଯଦି କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ, ତେବେ ଏହାକୁ ବନ୍ଦ ଦ୍ୱାର ମଧ୍ୟରେ କରିବାକୁ ପଡିବ। ଏହାସହିତ ଦର୍ଶକଙ୍କ ବିନା ଏହି ମ୍ୟାଚ୍ ଖେଳାଯିବା ଉଚିତ୍। ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଯଦି ବିସିସିଆଇ ଆଇପିଏଲ୍ ଆୟୋଜନ କରେ, ତେବେ ଦର୍ଶକଙ୍କ ବିନା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ହେବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking