26.1 C
Bhubaneswar
Friday, March 29, 2024
Homeଓଡିଶାଆଇପିଏଲ ବେଟିଂ: ବାଜି ଲାଗୁଛି ଟଙ୍କା, ସର୍ବହରା ପରିବାର

ଆଇପିଏଲ ବେଟିଂ: ବାଜି ଲାଗୁଛି ଟଙ୍କା, ସର୍ବହରା ପରିବାର

ରାଉରକେଲା: ଆଇପିଏଲ କ୍ରିକେଟ ଖେଳ ଜାରି ରହିଛି । କ୍ରିକେଟ ଖେଳ ବିଶେଷ କରି ଯୁବପିଢୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରି ଲୋକପ୍ରିୟତା ହାସଲ କରିଥିବା ବେଳେ, କିଛି ଉଦଭ୍ରାନ୍ତ ଯୁବପିଢୀ ଅର୍ଥ ଲାଳସାରେ ଆଇପିଏଲ କ୍ରିକେଟ ଖେଳରେ ଟଙ୍କା ବାଜି ଲଗାଇ ଜୁଆ ଖେଳୁଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି । ବିଶେଷ କରି ୨୦ରୁ ୨୫ ବର୍ଷ ବୟସର ଯୁବକ ମାନେ ଆଇପିଏଲ ବେଟିଂରେ ମାତିଛନ୍ତି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବିଭିନ୍ନ ଅଂଚଳରେ କ୍ରିକେଟକୁ ନେଇ ବେଟିଂ(ସଟ୍ଟା) ଚାଲିଛି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଲାଗୁଛି ଟଙ୍କାର ବାଜି । ହଜାର ଟଙ୍କାରୁ ଆରମ୍ଭ କରି ଦଶ ହଜାର ଟଙ୍କା ଯାଏ ବାଜି ଲାଗୁଛି! କେଉଁ ଟିମ ଜିତିବ ଅବା ହାରିବ ତାହାକୁ ନେଇ ବାଜି ଲାଗୁଛି । ଏଭଳି ଜୁଆ ଖେଳ ଉପରେ ଅଙ୍କୁଶ ଲଗାଇବା ଅବା ଧରପଗଡ଼ କରିବା ପୁଲିସ ପାଇଁ କାଠିକର ପାଠ ହୋଇଛି । ଅନ୍ୟପକ୍ଷେ ଆଇପିଏଲ କ୍ରିକେଟ ଖେଳରେ ଟଙ୍କା ବାଜି ଲଗାଉଛନ୍ତି ଦକ୍ଷିଣ ରାଉରକେଲା ଅଂଚଳର କିଛି ଠିକା ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ! ବିନା ପରିଶ୍ରମରେ ପ୍ରଚୁର ଅର୍ଥ କମାଇବା ଆଶାରେ ଏରକମର ଜୁଆଖେଳ ସହର ଠାରୁ ଆରମ୍ଭ କରି ଗ୍ରାମାଚଂଳ, ବସ୍ତି ମାନଙ୍କରେ ବୃ୍‌ଦ୍ଧି ପାଇବାରେ ଲାଗିଛି । ଯେଉଁ ବ୍ୟକ୍ତି ମାନେ ଟଙ୍କା ବାଜି ଲଗାଇ ବାରମ୍ବାର ହାରି ଯାଉଛନ୍ତି, ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ପରିବାର ଉପରେ ପଡୁଛି । ଆଇପିଏଲ ବେଟିଂରେ ହାରି ଯାଉଥିବା ବ୍ୟକ୍ତି ମାନେ ପରବର୍ତି ଅବସ୍ଥାରେ ଧାର ଉଧାର କରି ପୁର୍ନବାର ଏହି ଖେଳରେ ଟଙ୍କା ବାଜି ଲଗାଉଛନ୍ତି , ଯାହା ଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଆର୍ଥିକ ଭାବରେ ପ୍ରଭାବିତ ହେବା ସହ ସମୟ ସମୟରେ ପରିବାର ମଧ୍ୟରେ କଳିଝଗଡ଼ାର ମଧ୍ୟ ସୂତ୍ରପାତ ହେଉଛି । ଏଣୁ କ୍ରିକେଟ ଖେଳକୁ ମନୋରଂଜନ ଭାବେ ଗ୍ରହଣ କରିବା ଦରକାର, ଏହାକୁ ଜୁଆଖେଳର ମାଧ୍ୟମ ଭାବେ ଗ୍ରହଣ କଲେ ପରିବାର ଉପରେ ଏହାର କୁପ୍ରଭାବ ପଡ଼ିବା ସୁନିଶ୍ଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking