43.9 C
Bhubaneswar
Friday, April 19, 2024
Homeଆଇପିଏଲ୍ -2022ହାଇଦ୍ରାବାଦକୁ ୫୫ ରନରେ ହରାଇଲା ରାଜସ୍ଥାନ

ହାଇଦ୍ରାବାଦକୁ ୫୫ ରନରେ ହରାଇଲା ରାଜସ୍ଥାନ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୮ ତମ ମ୍ୟାଚରେ ହାଇଦ୍ରାବାଦକୁ ୫୫ ରନରେ ହରାଇ ଦେଇଛି ରାଜସ୍ଥାନ । ୨୨୧ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯ଼ାଇ ହାଇଦ୍ରାବାଦ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୫ ରନ କରିପାରିଥିଲା । ଦଳ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ ୩୧, ଜନି ବେୟାରଷ୍ଟୋ ୩୦ ରନ କରିଥିଲେ ।

ଆଜି ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଯ଼ଶସ୍ବୀ ଜୟସ୍ବାଲଙ୍କୁ ହରାଇଥିଲା । ତେବେ ଆଜି ରାଜସ୍ଥାନର ଅନ୍ୟତମ ଓପନର ଜସ ବଟଲର ନିଜର କରିସ୍ମା ଦେଖାଇଥିଲେ । ସେ ମାତ୍ର ୬୪ରେ ୧୨୪ ରନର ଏହ ବିସ୍ଫୋରକ ଇନିଂସ ଖେଳିଥିଲେ ।ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଥିଲେ । ଅଧିନାୟକ ସଂଜୁ ସାମସନ ୪୮ ରନ କରି୬ବା ସହ ବଟଲରଙ୍କ ସହିତ ଏକ ବଡ଼ ପାର୍ଟନରସିପ କରିଥିଲେ । ଏହା ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୨୦ ରନ କରିଥିଲା । ହାଇଦ୍ରାବାଦ ପକ୍ଷରୁ ସଂଦୀପ ଶର୍ମା, ରସିଦ ଖାଁ ଓ ବିଜୟ ଶଙ୍କର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking