31.1 C
Bhubaneswar
Saturday, February 15, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍ ୨୦୨୩: ୫ଥର ପାଇଁ ଟାଇଟଲ୍ ହାତେଇଲେ ଚେନ୍ନାଇ

ଆଇପିଏଲ୍ ୨୦୨୩: ୫ଥର ପାଇଁ ଟାଇଟଲ୍ ହାତେଇଲେ ଚେନ୍ନାଇ

ଅହମଦାବାଦ : ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ସାକାର ହୋଇଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଅମ୍ବାତି ରାୟୁଡୁଙ୍କ ପାଇଁ ଏହା ଶେଷ ମ୍ୟାଚ୍‌ ହୋଇଥିବାରୁ ଆଇପିଏଲ୍‌ ବିଜେତା ହୋଇ ସ୍ମରଣୀୟ ବିଦାୟ ନେଇଛନ୍ତି। ଏଥିସହ ମୋଟ୍‌ ୬ ଥରର ଟ୍ରଫି ଜିତିବାରେ ରାୟୁଡୁ (ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ) ମୁମ୍ବାଇ ଅଧିନାୟକ ରୋହିତ ଶର୍ମା (ଡେକାନ ଚାର୍ଜର୍ସ, ମୁମ୍ବାଇ ଇଣ୍ଡିଆନ୍ସ)ଙ୍କ ସମକକ୍ଷ ହୋଇଛନ୍ତି।

ଏହି ବିଜୟ ସହ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ମଧ୍ୟ ସମକକ୍ଷ ହୋଇଛି। ଏଥି ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ୍‌ ବିଜେତା ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଚେନ୍ନାଇ ପାଳିରେ ପରିବର୍ତ୍ତିତ ଲକ୍ଷ୍ୟ ୧୫ ଓଭରରେ ୧୭୧ ରନ୍‌ ରଖାଯାଇଥିଲା ବେଳେ ୧୧.୪ ହାରରେ ରନ୍‌ ଆବଶ୍ୟକତା ଥିଲା। ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଆକ୍ରମଣାତ୍ମକ ଖେଳି ପାୱାରପ୍ଲେ ୪ ଓଭରରୁ ୫୨ ରନ୍‌ ବାହାର କରିବା ପରେ ଆଫଗାନୀ ବୋଲର ନୂର ଅହମ୍ମଦଙ୍କ ଗୋଟିଏ ଓଭରରେ ଦୁଇ ବ୍ୟାଟରଙ୍କୁ ଆଉଟ୍‌ କରି ବଡ଼ ସଫଳତା ଦେଇଥିଲେ।

ସପ୍ତମ ଓଭରର ତୃତୀୟ ବଲ୍‌ରେ ଗାଏକ୍ବାଡ (୧୬ ବଲରୁ ୨୬ ରନ୍‌) ଓ ଶେଷ ବଲ୍‌ରେ କନୱେ (୨୫ ବଲରୁ ୪୭ ରନ୍‌) ଙ୍କୁ ନୂର ଆଉଟ୍‌ କରିଥିଲେ। ଅଜିଙ୍କ୍ୟ ରାହାଣେ ଚୌକା, ଛକା ପାର୍ଟିରେ ସାମିଲ ହୋଇ ଦଳକୁ ୧୦୦ ପାର୍‌ କରାଇଥିଲେ। କିନ୍ତୁ‌ ମୋହିତ ଶର୍ମାଙ୍କ ଧିମା ବଲ୍‌କୁ ଟାଇମିଂ କରିନପାରି ରାହାଣେ (୨୭) ଡିପ୍‌ ପଏଣ୍ଟରେ ଧରାପଡ଼ିଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking