37.2 C
Bhubaneswar
Friday, April 19, 2024
Homeଆଇପିଏଲ୍ -2022କେନ ବିଲିୟମସନ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ

କେନ ବିଲିୟମସନ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୧ ମଧ୍ୟରେ ଏକ ଆଶ୍ଚର୍ଯ୍ୟ କଲାଭଳି ନିଷ୍ପତ୍ତି ନେଇଛି । ଡେଭିନ ୱାର୍ଣ୍ଣର ଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ କେନ ବିଲିୟମସନଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏବେ କେନ ବିଲିୟମସମ ଆଗାମୀ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ୱ କରୁଥିବା ନଜର ଆସିବେ । ୬ ମ୍ୟାଚରୁ କେବଳ ଗୋଟିଏ ରେ ବିଜୟ ସହିତ ସନରାଇଜର୍ସ ହାଇଦ୍ରାବାଦ ଅଙ୍କ ତାଲିକାରେ ଶେଷରେ ପହଂଚିଛି । ଏବେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ବିଲିୟମସନ ଦଳ ପରିଚାଳନା କରିବେ ଏବଂ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ପରିଚାଳନା କରୁଥିବା ନଜର ଆସିବେ । ଏହି ସୂଚନା ସନରାଇଜର୍ସ ହାଇଦ୍ରାବାଦର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଛି । ଡେଭିନ ୱାର୍ଣ୍ଣର ଙ୍କ ଅଧିନାୟକତ୍ୱରେ ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଟ୍ରଫି କବଜା କରିଥିଲା । ହେଲେ ଚଳିତ ସିଜିନରେ ହାଇଦ୍ରାବାଦ ଦଳ ବିଜୟ ପାଇଁ ସଂଘର୍ଷ କରୁଥିବା ନଜର ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking