26.1 C
Bhubaneswar
Friday, March 29, 2024
Homeଖେଳକୋଲକାତାକୁ ୧୨୮ରନର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ

କୋଲକାତାକୁ ୧୨୮ରନର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ

ଶାରଜା : ଆଇପିଏଲ ୨୦୨୧ର ୪୧ତମ ମ୍ୟାଚରେ ମଙ୍ଗଳବାର ଶାରଜା କ୍ରିକେଟ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି । ଏଥିରେ କୋଲକତା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କୋଲକାତା ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ରଖିଛି ।

ଦିଲ୍ଲୀର ଦୁଇ ଓପନର ଶିଖର ଧଓ୍ବନ ଓ ଷ୍ଟିଭ ସ୍ମିଥ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ବିଶେଷ ବଡ଼ ସ୍କୋର କରିପାରିନଥିଲା । ସ୍ମିଥ ୩୯ ରନ, ଅଧିନାୟକ ଋଷଭ ପନ୍ତ ୩୯ ରନ ଓ ଧଓ୍ବନ ୨୪ ରନ କରିଥିଲେ । ଫଳରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୨୭ ରନ କରିପାରିଥିଲା । କୋଲକାତା ପକ୍ଷରୁ ସୁନୀଲ ନାରିନ, ଭେଙ୍କଟେସ ଆୟର ଓ ଲୋକି ଫର୍ଗୁସନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।ଚଳିତ ଆଇପିଏଲରେ ଦିଲ୍ଲୀ ଏପର୍ଯ୍ୟନ୍ତ ୧୦ ମ୍ୟାଚ ଖେଳି ୮ ବିଜୟ, ୨ ପରାଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ତେବେ କୋଲକତା ଦଳର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ । ଦଳ ଏପର୍ଯ୍ୟନ୍ତ ୧୦ ମ୍ୟାଚ ଖେଳି ୪ ବିଜୟ, ୬ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking