34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଇପିଏଲ-୨୦୨୦: ବିଜୟ ଆରମ୍ଭ କଲା ବେଙ୍ଗାଲୁରୁ

ଆଇପିଏଲ-୨୦୨୦: ବିଜୟ ଆରମ୍ଭ କଲା ବେଙ୍ଗାଲୁରୁ

ନୂଆଦିଲ୍ଲୀ : ବିଜୟ ଆରମ୍ଭ କଲା ବେଙ୍ଗାଲୁରୁ । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସଂସ୍କରଣର ତୃତୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇଛି ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପ୍ରଥମେ ବ୍ୟାଟିଂ କରିକରି ପଦାର୍ପଣ ଷ୍ଟାର ଦେବଦତ୍ତ ପଡିକ୍କଲ ଓ ଏବି ଡିଭିଲିୟର୍ସଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ବେଙ୍ଗାଲୁରୁ ୧୬୩ ରନ ସଂଗ୍ରହ କରିଥିଲା । ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଟିମ ୧୯.୪ ଓଭରରେ ୧୦ ୱିକେଟ ହରାଇ ୧୫୩ ରନ ଯୋଡ଼ିପାରିଥିଲା । ଏଥି ସହିତ ବିରାଟଙ୍କ ଟିମ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ୧୬୪ ରନ ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ଅଧିନାୟକ ଡେଭିଡ ୱାର୍ଣ୍ଣର ଭାଗ୍ୟଶାଳୀ ହୋଇପାରିଲେ ନାହିଁ । ୱାର୍ଣ୍ଣର ମାତ୍ର ୬ ରନ କରି ଆଉଟ ହୋଇଥିଲେ । ଏହା ପରେ ମନୀଷ ପାଣ୍ଡେ ଓ ବେୟାରଷ୍ଟୋ ଯେଭଳି ଭାବେ ବ୍ୟାଟିଂ କରିଥିଲେ, ଦେଖିବା ଭଳି ଥିଲା । ଉଭୟ ବ୍ୟାଟ୍ସମ୍ୟାନ ବେଙ୍ଗାଲୁରୁର ବୋଲରଙ୍କ ଠାରୁ ଲାଭ ଉଠାଇଥିଲେ । ୭ ନମ୍ବର ଓଭରରେ ଟିମର ସ୍କୋର ୫୦ ରନ ହୋଇଥିବା ବେଳେ ୧୦ ଓଭରରେ ଟିମ ଗୋଟିଏ ୱିକେଟ ହରାଇ ୭୮ ରନ ସଂଗ୍ରହ କରିସାରିଥିଲା । ମନୀଷ ଓ ବେୟାରଷ୍ଟୋ ଦ୍ୱିତୀୟ ୱିକେଟରେ ୭୧ ରନ ଭାଗିଦାରୀ ହୋଇପାରିଥିଲେ । କିନ୍ତୁ ଦଳର ପରବର୍ତ୍ତୀ ଖେଳାଳିମାନେ ସ୍ଥିତି ସମ୍ଭାଳିପାରି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking