37.1 C
Bhubaneswar
Thursday, March 28, 2024
Homeଖେଳଟସ ଜିତି ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲସ

ଟସ ଜିତି ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲସ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ଆଜି ୨୦ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଛି। ତେବେ ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ଓ ମୁମ୍ବାଇ ମଧ୍ୟରେ ଏହା ହେଉଛି ପ୍ରଥମ ମୁକାବିଲା। ଆଇପିଏଲ୍‌ର ଚଳିତ ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ମୁମ୍ବଇ ଇଣ୍ଡିଆନ୍‌ସ ଦଳ ୫ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇ ୬ ପଏଣ୍ଟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍‌ସ ଦଳ ୪ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ବେଶ୍‌ ଶକ୍ତିଶାଳୀ। ଦଳରେ ଓପନର୍‌ ଭାବେ ରୋହିତ ଶର୍ମା ଓ କ୍ବିଣ୍ଟନ୍‌ ଡି’ କକ୍‌ ରହିଛନ୍ତି। କିଛିଦିନ ପୂର୍ବେ ଖେଳାଯାଇଥିବା ମ୍ୟାଚ୍‌ରେ ରୋହିତ ନିଜ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ସାରିଥିବା ବେଳେ ଗତ ମ୍ୟାଚ୍‌ରେ ଡି’କକ୍‌ ମଧ୍ୟ ଫର୍ମକୁ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking