40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଇଣ୍ଡିଆନ ପ୍ରିମିୟର ଲିଗ୍ ଷୟରେ କିଛି ରୋଚକ ତଥ୍ୟ

ଇଣ୍ଡିଆନ ପ୍ରିମିୟର ଲିଗ୍ ଷୟରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ପ୍ରାୟ ସମସ୍ତେ ଦିଓାନା ଅଟନ୍ତି । ପ୍ରତିବର୍ଷ ଆଇପିଏଲକୁ ସମସ୍ତେ ଅତି ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ଆଉ ଅପେକ୍ଷା କରିବେନି ବା କଣ ପାଇଁ , କାରଣ ଏହା ତ ଭାରତୀୟଙ୍କ ପାଇଁ ଏକ ପ୍ରକାର ଉତ୍ସବ ସ୍ୱରୂପ ହୋଇଥାଏ । ଏହି ଲିଗର ମଜା ସବୁ ସ୍ତରର ଲୋକେ ଉଠାଇଥାନ୍ତି । ଭାରତ ଭଳି ଅନ୍ୟଦେଶବି ଆଇପିଏଲକୁ ସେତିକି ଗୁରୁତ୍ୱ ଦେଇଥାନ୍ତି । ଏପର୍ଯ୍ୟନ୍ତ ୧୨ଟି ସିଜିନ ଖେଳାସରିଛି । ୨୦୦୮ ମସିହାରେ ଆଇପିଏଲ ଆରମ୍ଭ ହୋଇଥିଲା । ଦୁନିଆରେ ଅଧିକ ମାତ୍ରାରେ ପ୍ରଚଳିତ ହେଉଥିବା ଖେଳ ପାଲଟିଛି ଆଇପିଏଲ । ଦୁନିଆର ସବୁ ଖେଳ ଲିଗ ମଧ୍ୟରେ ଆଇପିଏଲ ୬ଷ୍ଠ ସ୍ଥାନରେ ରହିଛି । ଆଇପିଏଲର ପ୍ରଥମ ବିଜେତା ଟିମ ଥିଲା ରାଜସ୍ଥାନ ରୟାଲ୍ସ ଥିଲା । ୨୦୧୮ ମସିହାରେ ଷ୍ଟାର ସ୍ପୋର୍ସ ୧୬୩୪୭.୫୦ କୋଟି ଟଙ୍କାରେ ଆଇପିଏଲ ପ୍ରସାରଣକୁ କିଣି ନେଇଥିଲା । ଆଉ ଏବେ ଷ୍ଟାର ଇଣ୍ଡିଆକୁ ଟିଭି ଏବଂ ଡିଜିଟାଲ ପାଇଁ ୨୦୧୮ରୁ ୨୦୨୨ ଯାଏଁ ହାସଲ ହୋଇସାରିଛି । ଅର୍ଥାତ ୨୦୨୨ ପର୍ଯ୍ୟନ୍ତ ଆପଣ ଷ୍ଟାର ଇଣ୍ଡିଆ ଚ୍ୟାନେଲରେ ଆଇପିଏଲ ଦେଖିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking