29.1 C
Bhubaneswar
Friday, April 26, 2024
Homeଖେଳଟସ ଜିତି କୋଲକାତା ନାଇଟ ରାଇଡର୍ସ ବ୍ୟାଟିଂ ନିଷ୍ପତି

ଟସ ଜିତି କୋଲକାତା ନାଇଟ ରାଇଡର୍ସ ବ୍ୟାଟିଂ ନିଷ୍ପତି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୦ର ଏକବିଂଶ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଶେଖ ଜୟେଦ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଉଥିବା ଏହି ଲିଗ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ଆଇପିଏଲ୍‌ରେ କୋଲକାତା ଟିମ୍‌ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳିଛି। ଦିନେଶ କାର୍ତ୍ତିକଙ୍କ ନେତୃତ୍ୱରେ କୋଲକାତା ନାଇଟ୍‌ ରାଇଡର୍ସ ଗତ ସେପ୍ଟେମ୍ବର ୨୬ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ ଓ ସେପ୍ଟେମ୍ବର ୩୦ ତାରିଖରେ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍‌ରେ ପରାସ୍ତ କରିଥିଲା। କିନ୍ତୁ କୋଲକାତା ଟିମ୍‌ ଗତ ସେପ୍ଟେମ୍ବର ୨୩ ତାରିଖରେ ମୁମ୍ବାଇ ଠାରୁ ୪୯ ରନ୍‌ ଓ ଗତ ୩ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୧୮ ରନ୍‌ରେ ପରାସ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking