32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଚେନ୍ନାଇ ସୁପରକିଙ୍ଗସର ୧୨ ସଦସ୍ୟ କରୋନା ଆକ୍ରାନ୍ତ

ଚେନ୍ନାଇ ସୁପରକିଙ୍ଗସର ୧୨ ସଦସ୍ୟ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସିଏସକେର ଦୃତ ବୋଲର ଏବଂ ଅନ୍ୟ ୧୨ ସହଯୋଗୀ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁବାଇରେ ବର୍ତ୍ତମାନ ସେମାନେ ରହିଥିବା ବେଳେ ଆଗକୁ ଇଣ୍ଡିଆନ ପ୍ରିମିୟର ଲିଗ ଆସୁଛି । ସେମାନଙ୍କ ମଧ୍ୟରେ ଭାରତୀୟ ଖେଳାଳୀ ମଧ୍ୟ ରହିଥିବା ସୂଚନା ମିଳିଛି । ଖେଳାଳୀଙ୍କୁ ବାଦ୍ ଦେଲେ ଯେଉଁ ୧୨ ଜଣ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କିଛି ସହଯୋଗୀ ଷ୍ଟାଫ୍ ହୋଇଥିବା ବେଳେ ଆଉ କିଛି ସୋସିଆଲ ମିଡିଆ ଟିମ୍ ରହିଛନ୍ତି । ଯେଉଁମାନେ ଏବେ ଆକ୍ରାନ୍ତ ହୋଇଛନ୍ତି ସେମାନେ ସମସ୍ତେ ସୁସ୍ଥ ରହିଥିବା ବେଳେ ଆଇସୋଲେସନରେ ରହିଛନ୍ତି । ବିସିସିଆଇର ସମସ୍ତ ନିର୍ଦ୍ଦେଶ ଅନୁସାରେ ସେମାନେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିସିସିଆିର ପ୍ରୋଟୋକଲ ଅନୁଯାୟୀ, ଯେଉଁ ସହଯୋଗୀ ଷ୍ଟାଫ୍ ଦୁବାଇ ଆସିବେ ସେମାନଙ୍କୁ ୩ଟି ଟେଷ୍ଟ ଦେବାକୁ ପଡିବ । ପ୍ରଥମ ଦିନ, ୩ୟ ଦିନ ଏବଂ ୬ଷ୍ଠ ଦିନ । ପରେ ଏହି ଟେଷ୍ଟରେ ସଫଳ ହେଲେ ଖେଳାଳୀମାନେ ବାୟୋସିକେୁ୍ୟର ବବଲକୁ ପ୍ରବେଶ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking