ଆଇପିଏଲ ୨୦୨୦: ୧୮ ରନ୍‌ରେ ହାରିଲା କୋଲକାତା

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ୍‌ ୨୦୨୦ର ୧୬ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୧୮ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍‌ ।ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ଓ୍ୱିକେଟ୍ ହରାଇ ୨୨୮ ରନ୍‌ର ବିଶାଳ ସ୍କୋର କରିଥିଲା । ତେବେ କୋଲକାତା ଲକ୍ଷ୍ୟକୁ ପିଛା କରୁଥିବା ବେଳେ ୨୧୦ ରନରେ ଅଟକି ଯାଇଥିଲା ।

ଟସ୍ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିବା କୋଲକାତାକୁ ମହଙ୍ଗା ପଡିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ପକ୍ଷରୁ ଓପନିଂରେ ଓହ୍ଲାଇଥିଲେ ପୃଥ୍ୱୀ ଶ ଓ ଶିଖର ଧାଓ୍ୱର । ଶିଖର ୧୬ ବଲରୁ ୨୬ ରନ୍ କରି ପ୍ୟାଭିଲିଅନ ଫେରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୃଥ୍ୱୀଙ୍କ ବିସ୍ଫୋକ ଇନିଂସ । ସେ ଷ୍ଟାଡିୟମର ଚାରି ଦିଗକୁ ସଟ୍ ଖେଳିଥିଲେ । ତେବେ ପୃଥ୍ୱୀ ବିସ୍ପୋରକ ଇନିଂସ ଖେଳିବା ସହ ୪୧ ବଲରୁ ୬୬ ରନ୍ କରି ଆଉଟ ହୋଇଥିଲେ । ଏହି ପାଳିରେ ୪ ଚୌକା ଓ ୪ ଛକା ରହିଥିଲା । ସେହିପରି ଶ୍ରେୟସ ଆୟାର ମଧ୍ୟ ଦ୍ରୁତ ପାଳି ଖେଳି ଅର୍ଧଶତକ ହାସଲ କରିଥିଲେ । ସେ ମାତ୍ର ୩୮ ବଲରୁ ୮୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ୧୭ ବଲରୁ ୩୮ ରନ୍ କରିଥିଲେ ।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଆଣ୍ଡ୍ର୍ୟୁ ରସେଲ ଦୁଇଟି ଓ କମଲେଶ ନାଗରକୋଟି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here