କିଙ୍ଗସ୍‌ ଇଲେଭେନ ପଞ୍ଜାବ ୪୮ ରନ୍‌ରେ ପରାସ୍ତ

ନୂଆଦିଲ୍ଲୀ: ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‌ ୨୦୨୦ର ତ୍ରୟୋଦଶ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୪୮ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍ । ଟସ୍ ଜିଣି ପ୍ରଥମେ ଫିଲଡିଂ କରିଥିବା କିଙ୍ଗସ୍‌ ଇଲେଭେନ ପଞ୍ଜାବ ୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପଞ୍ଜ‌ାବ ପକ୍ଷରୁ ପ୍ରଥମେ ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା। କିନ୍ତୁ ୪.୫ ଓଭରରେ ଦଳର ସ୍କୋର ୩୮ ରନ୍‌ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରୱାଲ ଆଉଟ ହୋଇ ଯାଇଥିଲେ। ଏହା ପରେ ପଞ୍ଜାବର ଗୋଟିଏ ପରେ ଗୋଟେ ୱିକେଟ ପଡ଼ିବା ଆରମ୍ଭ ହୋଇଥିଲା । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ୧୮ ବଲରେ ୨୫ ରନ୍‌ ଓ ଲୋକେଶ ରାହୁଲ ୧୯ ବଲରେ ୧୭ ରନ୍‌ କରିଥିବା ବେଳେ ନିକୋଲାସ୍ ପୁରନ୍ ସର୍ବାଧିକ ୪୪ ରନ୍‌ କରିଥିଲେ । ମୁମ୍ବାଇ ପକ୍ଷରୁ ଜେମ୍ସ ପାଟିନସନ୍‌, ଯଶପ୍ରୀତ୍ ବୁମରା ଓ ରାହୁଲ ଚହର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କ୍ରୁନାଲ ପାଣ୍ଡ୍ୟା ୧-୧ ୱିକେଟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here