୫୭ ରନ୍‌ରେ ପରାସ୍ତ ଦିଲ୍ଲୀ କ୍ୟାପିଟାଲସ୍

ନୂଆଦିଲ୍ଲୀ:୫୭ ରନ୍ ରେ ହାରିଲା ଦିଲ୍ଲୀ କ୍ୟାପିଟାଲ । ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦ୍ବିତୀୟ ପାଳିରେ ଦିଲ୍ଳୀ ୨୦୧ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୩ ରନ୍‌ କରି ପରାଜୟ ବରଣ କରିଛି । ଦିଲ୍ଲୀ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଷ୍ଟୋଇନିସ୍ ୪୬ ବଲରେ ୬୫ ରନ୍‌ ଓ ଅକ୍ଷର ୩୩ ବଲରେ ୪୨ ରନ୍‌ କରିଥିଲେ କିନ୍ତୁ ଦିଲ୍ଲୀକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ ।

ସେହିଭଳି ମୁମ୍ବାଇ ପକ୍ଷରୁ ଦମ୍‌ଦାର ‌ବୋଲିଂ ଦେଖିବାକୁ ମିଳିଥିଲା । ଯଶପ୍ରୀତ ବୁମରା ୪ଟି ୱିକେଟ, ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ ନେଇଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ଓ କିରନ୍ ପୋଲାର୍ଡ ୧-୧ ୱିକେଟ ନେଇଥିଲେ । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ୫୭ ରନ୍‌ରେ ବିଜୟୀ ହୋଇ ଚଳିତ ସିଜିନରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here