ପ୍ଲେ ଅଫ୍‌କୁ ଗଲା ସନରାଇଜର୍ସ ହାଇଦ୍ରାବାଦ୍

ନୂଆଦିଲ୍ଲୀ:ମୁମ୍ବାଇ ଇଣ୍ଡିଆନସ କୁ ପରାସ୍ତ କରି ପ୍ଲେ ଅଫ୍ ରେ ସନ୍ ରାଇଜେରସ ହାଇଦ୍ରାବାଦ୍ । ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୬ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୧ ଓଭରରେ କିଛି ବି ୱିକେଟ ନ ହରାଇ ଏହାକୁ ହାସଲ କରିଛି । ହାଇଦ୍ରାବାଦ ପକ୍ଷରୁ ଡେଭିଡ ୱାର୍ନର ୫୮ ବଲରେ ଦମ୍‌ଦାର ୮୫ ରନ୍‌ କରିଥିବା ବେଳେ ରିଦ୍ଧିମାନ ଶାହା ୪୫ ବଲରେ ୫୮ ରନ୍‌ କରିଥିଲେ । ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଥିଲା । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା ୫ ଜଣ ବୋଲର ୧୭.୧ ଓଭର ବୋଲିଂ କରି କୌଣସି ବି ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ । ଯାହା ଫଳରେ ମୁମ୍ବାଇ ୧୦ ୱିକେଟରେ ପରାଜୟ ବରଣ କରିଥିଲା । ସେହିପରି ହାଇଦ୍ରାବାଦ ଏହି ବିଜୟ ସହ ୧୪ ଅଙ୍କ ସଂଗ୍ରହ କରି ୩ୟ ସ୍ଥାନରେ ରହିବା ସହ ୪ର୍ଥ ଦଳ ଭାବେ ପ୍ଲେ ଅଫକୁ ଯାଇଛି ।

LEAVE A REPLY

Please enter your comment!
Please enter your name here