ଟସ୍ ଜିତି ବୋଲିଙ୍ଗ ନିଷ୍ପତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ :ଆବୁଧାବିସ୍ଥିତ ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ଟିମ୍‌ ବ୍ୟାଟିଂ କରିବ। ଆଜିର ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦୁଇ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଦିଲ୍ଲୀ ଓ ବାଙ୍ଗାଲୋର ଉଭୟଙ୍କ ପାଈଁ ଏହି ମ୍ୟାଚ କର ବା ମର ଭଳି। ଜୋଶ ଫିଲିପ୍ସ, ଦେବଦତ୍ତ ପଡ୍ଡିକଲ, ବିରାଟ କୋହଲି (ଅଧିନାୟକ), ଏବି ଡି ଭିଲିୟର୍ସ (ଉଇକେଟ କିପର), ୱାଶିଂଟନ୍ ସୁନ୍ଦର, ଶିବମ୍ ଦୁବେ, ଶାହାବାଜ ଅହମ୍ମଦ, କ୍ରିସ୍ ମୋରିସ୍, ଇସୁରୁ ଉଡାନା, ମହମ୍ମଦ ଶିରାଜ, ୟୁଜଭେନ୍ଦ୍ର ଚହଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଶିଖର ଧାୱନ,ପୃଥୀ ସ, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର (ଅଧିନାୟକ), ରିଷଭ ପନ୍ଥ (ଉଇକେଟ କିପର), ମାର୍କସ ଷ୍ଟୋଇନିସ, ଡାନିଏଲ ସାମସ, ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କାଗିସୋ ରାବାଡା, ଅନ୍ରିଚ ନର୍ଟେଜେ ରହିଛନ୍ତି

LEAVE A REPLY

Please enter your comment!
Please enter your name here