34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଶାହାରୁଖ ଖାନ୍‌ଙ୍କୁ ପାକ୍‌ରୁ ନିମନ୍ତ୍ରଣ : ‘ଭାରତ ଛାଡ଼ି ପରିବାର ସହ ଏଠାକୁ ଚାଲିଆସନ୍ତୁ’

ଶାହାରୁଖ ଖାନ୍‌ଙ୍କୁ ପାକ୍‌ରୁ ନିମନ୍ତ୍ରଣ : ‘ଭାରତ ଛାଡ଼ି ପରିବାର ସହ ଏଠାକୁ ଚାଲିଆସନ୍ତୁ’

ନୂଆଦିଲ୍ଲୀ : ଭାରତ ଛାଡ଼ି ପାକିସ୍ତାନକୁ ଆସିବାକୁ ଶାହାରୁଖ ଖାନ୍‌ଙ୍କୁ ନିମନ୍ତ୍ରଣ ଦେଲେ ପାକ୍ ନ୍ୟୁଜ୍ ଆଙ୍କର । ଭାରତ ସରକାର ତାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଓ ପାକିସ୍ତାନରେ ତାଙ୍କୁ ନ୍ୟାୟ ମିଳିବ କହି ପାକିସ୍ତାନର ଜଣେ ନ୍ୟୁଜ୍ ଆଙ୍କର କିଙ୍ଗ୍ ଖାନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି । ଡ୍ରଗ୍ସ ମାମଲାରେ ଗିରଫ ହୋଇ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଏବେ ଜେଲରେ ଅଛନ୍ତି । ଏନ୍‌ସିବି ଅଭିଯୋଗ କରିଛି ଯେ ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ବେପାର କରୁଥିଲେ । ଏଣୁ ବାରମ୍ବାର ଆର୍ଯ୍ୟନ୍‌ଙ୍କ ଜାମିନ୍ ଖାରଜ ହେଉଛି । ଏଭଳି ସ୍ଥିତିରେ ଶାହାରୁଖ ଖାନ୍‌ଙ୍କ ସମେତ ପୂରା ପରିବାର ଚିନ୍ତାରେ ଅଛନ୍ତି । ତେବେ ଇତି ମଧ୍ୟରେ ପଡ଼ୋଶୀ ଦେଶ ପାକିସ୍ତାନରୁ ଶାହାରୁଖଙ୍କୁ ସମର୍ଥନ ମିଳିବା ଆରମ୍ଭ ହୋଇଛି । ପାକିସ୍ତାନର ସମସ୍ତ ଷ୍ଟାର, ସେଲିବ୍ରିଟି ଏମିତିକି ନ୍ୟୁଜ୍ ଆଙ୍କର ମଧ୍ୟ ଶାହାରୁଖଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି । ଏବେ ପାକିସ୍ଥାନର ଜଣେ ଜଣାଶୁଣା ଆଙ୍କର ୱକାର ଜାକା ମଧ୍ୟ କିଙ୍ଗ୍ ଖାନ୍‌ଙ୍କୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି । ୱକାର ଟ୍ୱିଟ୍ କରି ଲେଖିଛନ୍ତି, ‘ଶାହାରୁଖ ଖାନ୍ ସାର, ଆପଣ ଭାରତ ଛାଡ଼ି ପରିବାର ସହ ପାକିସ୍ତାନ ଚାଲି ଆସନ୍ତୁ । ନରେନ୍ଦ୍ର ମୋଦି ସରକାର ଆପଣଙ୍କ ସହ ଯାହା କରୁଛନ୍ତି ଆଦୌ ଠିକ୍ କରୁନାହାଁନ୍ତି । ଏହା ଭୁଲ । ମୁଁ ଶାହାରୁଖ ଖାନ୍‌ଙ୍କ ସହ ଅଛି ।’

ତେବେ ଏହି ଟ୍ୱିଟ୍ ପରେ ୱକାରଙ୍କୁ ଲୋକେ ଜୋରଦାର ଟ୍ରୋଲ କରୁଥିବା ଦେଖାଯାଇଛି । କିଛି ପାକିସ୍ତାନୀ ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି କଡ଼ା ନିନ୍ଦା କରିଛନ୍ତି । ଜଣେ ୟୁଜର ଶାହାରୁଖଙ୍କୁ ସମର୍ଥନ କରି ଲେଖିଛନ୍ତି, ଶାହାରୁଖ ଖାନ୍‌ଙ୍କ ପତ୍ନୀ ହିନ୍ଦୁ ଓ ସେ ହିନ୍ଦୁଙ୍କ ପର୍ବ ମଧ୍ୟ ପାଳନ କରିଥାନ୍ତି । ଯେଉଁ ବ୍ୟକ୍ତି ନିଜ ପତ୍ନୀଙ୍କ ଧର୍ମକୁ ବି ସମ୍ମାନ କରେ ସେ ଜଣେ ପ୍ରକୃତ ମଣିଷ ।

ସେହିପରି ଜିଶାନ ୱାରସୀ ନାମକ ଜଣେ ୟୁଜର କଟାକ୍ଷ କରି ଲେଖିଛନ୍ତି, ହଁ ଶାହାରୁଖ ଖାନ୍ ଦୟା କରି ପାକିସ୍ତାନ ଆସନ୍ତୁ ଓ ଏଠାରେ କୌଣସି ଟିଭି ଚ୍ୟାନେଲର କୌଣସି ଚା’ପାନ ଡ୍ରାମାରେ କାମ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking