27.1 C
Bhubaneswar
Friday, August 12, 2022
Homeଓଡିଶାଓଡିଶାରେ ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି

ଓଡିଶାରେ ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର : ଦୁବାଇ ଇନଭେଷ୍ଟର୍ସ ମିଟ୍ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଭିନ୍ନ ନିବେଶକଙ୍କ ସହ ଆଲୋଚନା ପରେ ପୁଞ୍ଜି ନିବେଶ ପ୍ରତିଶ୍ରୁତି । ବିଭିନ୍ନ କ୍ଷେତ୍ରରେ ମୋଟ ୨୧ ହଜାର ପୁଞ୍ଜି ନିବେଶ ପ୍ରତିଶ୍ରୁତି । ୨୧ ହଜାର କୋଟି ନିବେଶ ହେବ । ୧୯ ହଜାର ଲୋକ ନିଯୁକ୍ତି ପାଇବେ । ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇ ନିବେଶକ ସମ୍ମିଳନୀରେ ତାବ୍ରିଡ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ ଅଲ୍ ହମ୍ମାଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାବ୍ରିଡ ଗ୍ରୁପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ । ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି ତାବ୍ରିଡ ଗ୍ରୁପ । ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏନବିଟିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି । କୁଏତର ଏମବିଟିସି କମ୍ପାନୀର ପାର୍ଟନର ଓ ପରିଚାଳନା ନିର୍ଦ୍ଦେଶକ କେ ଜି ଆବ୍ରାହାମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ କମ୍ପାନୀ ଏହି ଘୋଷଣା କରିଛି । ୟୁରିଆ ପ୍ଲାଣ୍ଟ ସ୍ଥାପନ ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କା ନିବେଶ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking