ଅଗ୍ନିକାଣ୍ଡର ତଦନ୍ତ ହେବ – ଆରଡିସି

କଟକ : କଟକ ଜଗତପୁର ସ୍ଥିତ ସଦ୍ ଗୁରୁ କୋଭିଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟଣା । ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କାରଣ ସଂପର୍କରେ ତଦନ୍ତ କରାଯିବ ବୋଲି ଆରଡିସି କହିଛନ୍ତି । କେଉଁ ସ୍ଥିତିରେ ନିଆଁ ଲାଗିଲା, ସେ ନେଇ ତଦନ୍ତ ହେବ । ତେବେ ଯେପରି ଅନ୍ୟ ହସ୍ପିଟାଲରେ ନିଆଁ ନ ଲାଗିବ, ସେ ନେଇ ସଚେତନ ହେବାକୁ ପଡିବ । ଅଗ୍ନିକାଣ୍ଡ ପରେ ହସ୍ପିଟାଲରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ୧୫ରୁ ଅଧିକ ଆମ୍ବୁଲାନ୍ସ ଜରିଆରେ ରୋଗୀଙ୍କୁ ପଠାଯାଇଥିଲା । ଗୁରୁତର ନଥିବା ରୋଗୀଙ୍କୁ ବସ୍ ଯୋଗେ ହସ୍ପିଟାଲ ପଠାଯାଇଥିଲା । ସମସ୍ତ ରୋଗୀଙ୍କୁ ସହରର ଅନ୍ୟ କୋଭିଡ଼ ହସ୍ପିଟାଲକୁ ପଠାଯାଇଥିଲା। ଜିଲ୍ଲାପାଳ, ଡିସିପି, ସିଏମସି କମିଶନର ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ସୂଚନା ମିଳିଛି । କଟକ ଡିସିପି ଓ ଚିଫ୍ ଫାୟାର ଅଫିସର ଘଟଣାସ୍ଥଳରେ ଉପସ୍ଥିତ ରହି ଥିଲେ ।
ଉଲ୍ଲେଖଯୋଗ୍ୟ ଯେ କୋଭିଡ଼ ହସ୍ପିଟାଲରେ ନିଆଁ ଲାଗିବା ପରେ ନିଆଁକୁ ଆୟତ କରିବା ପାଇଁ ଦୁଇଟି ଦମକଳ ବାହିନୀ ଆସିଥିଲା । କିନ୍ତୁ କିପରି ଓ କାହିଁକି ନିଆଁ ଲାଗିଛି ସେନେଇ କୌଣସି ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅନ୍ୟପଟେ ସର୍ଟସର୍କିିଟିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here