28.9 C
Bhubaneswar
Wednesday, April 17, 2024
Homeଓଡିଶାରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁୁବ ଶାଖା ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ବିକ୍ଷୋଭ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁୁବ ଶାଖା ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ବିକ୍ଷୋଭ

ଭୁବନେଶ୍ୱର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁବ ଶାଖା ପକ୍ଷରୁ ଆଜି ଅପରାହ୍ନ
୫ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ ଛକରେ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ
ଶତାଧିକ ଯୁବକ ଓ ମହିଳା ନରେନ୍ଦ୍ର ମୋଦୀ ୬ ବର୍ଷ ଶାସନ ସମୟରେ ତାଙ୍କ ନିର୍ବାଚନ ଘୋଷଣା ପତ୍ରରେ ଭାରତ
ବର୍ଷରେ ପ୍ରତିବର୍ଷ ୨ କୋଟି ବେକାର ଯୁବକ / ଯୁବତୀଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସରକାରୀ ଓ ବେସରକାରୀ
କ୍ଷେତ୍ରରେ ୨ କୋଟି ବେକାର ଯୁବକ /ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ବାଚନ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଥିଲେ
ସରକାରକୁ ଆସିଲେ ୨ କୋଟି ଯୁବକ /ଯୁବତୀଙ୍କୁ ନିଯୁକ୍ତି ଦେବେ । ୬ ବର୍ଷ ପ୍ରଧାନମନ୍ତ୍ରୀତ୍ୱରେ କୌଣସି ନିଯୁକ୍ତି
ଦେଲେ ନାହିଁ । ଏହା ଭିତରେ ୨ ଥର ଶାସନ କ୍ଷମତାକୁ ଅସି ମିଛ ପ୍ରତିଶ୍ରୁତି ଦେଇ କ୍ଷମତା ଉପଭୋଗ କରିସାରିଲେଣି ।
ଏପର୍ଯ୍ୟନ୍ତ ସୁଧା ଭାରତ ବର୍ଷରେ ବି କୌଣସି ନିଯୁକ୍ତି ଦେଇନାହାନ୍ତି । ବର୍ତମାନ ଭାରତ ବର୍ଷର ଜନସାଧାରଣ
କରୋନା ମହାମାରୀ ରେ ଆକ୍ରାନ୍ତ ହୋଇଥିବା ସମୟରେ ଘରୋଇ କ୍ଷେତ୍ର ଏବଂ ଆଇ.ଟି. ସେକ୍ଟରରେ କୋଟି କୋଟି
ଯୁବକ କର୍ମ ହରାଇ ବେରୋଜଗାରେ ହେଇଛନ୍ତି । ତେଣୁ ଆଜି ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ମଜଦୁର
କଂଗ୍ରେସ, ଯୁବ ଶାଖା ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ
ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଭୁବନେଶ୍ୱର ଯୁବ ଶାଖା ସଭାପତି ଜୟକୃଷ୍ଣ ମାଲିଆ, ସୁକୁମାର ଦେଇ, ବିନୋଜ କୁମାର
ରାଉତ, ନଳିନୀକାନ୍ତ ନାୟକ, ପୁଲିନ୍ ମହାପାତ୍ର, ଦେବେନ୍ଦ୍ର ପ୍ରସାଦ ଦାସ, ମଂଟୁ ମଲ୍ଲିକ, ବୈଲୋଚନ ସାମଲ,
ଆଶିଷ ସ୍ୱାଇଁ, ସରୋଜ ମହାପାତ୍ର, ଶ୍ରୀଧର ସାହୁ, ସର୍ବଜିତ୍ ପୃଷ୍ଟି, ଗିନି ସ୍ୱାଇଁ, କୁନି ସ୍ୱାଇଁ, ଗୌରୀ ସ୍ୱାଇଁ ଓ ତଇ ସ୍ୱାଇଁ
ପ୍ରମୁଖ ଏହି ବିକ୍ଷୋଭରେ ସାମଲି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking