ଯାଜପୁର (ଓଏନଏ): ରାଜ୍ୟ ସରକାର ମହାମାରୀ କରୋନା ସମୟରେ ବିଦ୍ୟୁତ ଗ୍ରାହକ ମାନଙ୍କ ଅର୍ଥନୈତିକ ଅବସ୍ଥା ଶୋଚନୀୟ ଥିବାବେଳେ ୬ ମାସ ପୂର୍ବରୁ ପ୍ରତ୍ୟେକ ୟୁନିଟ ପିଛା 20ପଇସା ବୃଦ୍ଧି କରିଥିବା ବେଳେ ଏବେ ଟାଟା ପାୱାର କୁ ହସ୍ତାନ୍ତର ପୂର୍ବରୁ ପୁନର୍ବାର ୟୁନିଟ ପିଛା 30ପଇସା ବୃଦ୍ଧି କରିବା ବେଡି ଉପରେ କୋରଡ଼ା ମାଡ଼ ସଦୃଶ l ଏହାର ପ୍ରତିବାଦ ରେ ଆଜି ଆଇ ଏନ ଟି ୟୁ ସି ଏବେ ସି ଆଇ ଟି ୟୁ ପକ୍ଷରୁ ଏହାକୁ ପ୍ରତ୍ୟାହାର ଦାବି ରେ ଆଇ ଏନ ଟି ୟୁ ସି ର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷ୍ୟତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି !ଉକ୍ତ ବୈଠକ ରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ଆଇ ଏନ ଟି ୟୁ ସି ଜିଲ୍ଲା ସହ ସମ୍ପାଦକ ପରମାନନ୍ଦ ସେଠୀ, ସି ଆଇ ଟି ୟୁ ର ଧୀରେନ୍ଦ୍ର ବେହେରା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିବା ସହିତ ଏଭଳି ପୁଟୁଳି ଟିକସ ବୃଦ୍ଧି କରି ସମସ୍ତ ଚାଷୀ, ଶ୍ରମିକ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ତଥା ବିଦ୍ୟୁତ ଉପଭୋକ୍ତା ମାନଙ୍କ ପ୍ରତି ଶକ୍ତ ଆଘାତ ବୋଲି ମିଳିତ ୟୁନିଅନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି !ଏଠାରେ ସୂଚନା ଯୋଗ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଅହେତୁକ ଟିକସ ବୃଦ୍ଧି ଫଳରେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଅହେତୁକ ଦର ବୃଦ୍ଧି ହୋଇଥିବା ବେଳେ ବଡ଼ ବଡ଼ କର୍ପୋରେଟ ହାଉସ କୁ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ବିଦ୍ୟୁତ ଶୁଳ୍କ ଛାଡ଼ କରୁଥିବା ବେଳେ ସାଧାରଣ ଲୋକେ କରୋନା ସମୟ ରେ ଆର୍ଥିକ ସଙ୍କଟ ରେ ସମ୍ମୁଖୀନ ହେଉଥିବା ସମୟରେ ବିଦ୍ୟୁତ ଶୁଳ୍କ ଆଦାୟ ନାମରେ ଗ୍ରାହକ ଙ୍କ ଉପରେ ଜୋର ଜୁଲମ କରି ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ନେସ୍କୋ ଓ ଟାଟା ପାୱାର ଙ୍କ ମଧ୍ୟରେ ହୋଇଥିବା ମଧୁଚନ୍ଦ୍ରିକା କୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଥିବା ଘଟଣା ପଦାରେ ପଡିଯାଇଛି !ରାଜ୍ୟ ସରକାର ଙ୍କର ବିଦ୍ୟୁତ ଗ୍ରାହକ ଙ୍କ ପ୍ରତି ହେଉଥିବା ଆର୍ଥିକ ବୋଝ ତଥା ଅନ୍ୟାୟ ଭାବେ ପୁନର୍ବାର ୟୁନିଟ ପିଛା 30ପଇସା ବୃଦ୍ଧି କୁ ପ୍ରତ୍ୟାହାର ନ କଲେ ଆସନ୍ତା ଏପ୍ରିଲ 5 ତାରିଖ ଯାଜପୁର ରୋଡ ସ୍ଥିତ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ମହାନ୍ତି ଓ ଶ୍ରୀ ନାୟକ ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି !
ରିପୋର୍ଟ ଅଭିମନ୍ୟୁ ମିଶ୍ର ଓଏନ ଯାଜପୁର