29.1 C
Bhubaneswar
Thursday, April 25, 2024
Homeଅପରାଧମଦ ନିଶାରେ ସ୍ତ୍ରୀକୁ ଜୁଆରେ ବାଜି ଲଗାଇଲା ସ୍ବାମୀ,ହାରିଯିବା ପରେ ସାଙ୍ଗମାନେ କଲେ ଏଭଳି ଅବସ୍ଥା

ମଦ ନିଶାରେ ସ୍ତ୍ରୀକୁ ଜୁଆରେ ବାଜି ଲଗାଇଲା ସ୍ବାମୀ,ହାରିଯିବା ପରେ ସାଙ୍ଗମାନେ କଲେ ଏଭଳି ଅବସ୍ଥା

ଲକ୍ଷ୍ନୌ :ଉତ୍ତରପ୍ରଦେଶ ଜୌନପୁରରେ ଜଣେ ମଦ୍ୟପ ବ୍ୟକ୍ତି  ଜୁଆ ଖେଳିବା ସମୟରେ ଟଙ୍କା ସରିଯିବାରୁ ନିଜ ନବବିବାହିତା ସ୍ତ୍ରୀକୁ ବାଜିରେ ଲଗାଇ ଦେଇଥିଲା। ଏହାପରେ ଜୁଆରେ ହାରିବା  ପରେ ତାର ସାଙ୍ଗମାନେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଛନ୍ତି। ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରି ବିଫଳ ହେବା ପରେ ନ୍ୟାୟ ପାଇଁ କୋର୍ଟଙ୍କ ଆଶ୍ରୟ ନେଇଛି। ଏହି କଥା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଁଞ୍ଚିଥିଲା। କୋର୍ଟଙ୍କ ନିର୍ଦେଶ ପରେ ଜଫରାବାଦ ଥାନାରେ ମାମଲା ରୁଜୁ କରି କପି କୋର୍ଟରେ ଦାଖଲ କରାଯାଇଛି।

ପୀଡିତା ଜଣକ ଅଭିଯୋଗ କରିଛନ୍ତି ଯେ,ତାଙ୍କର ବିବାହ ଶାହଗଞ୍ଜରେ ହୋଇଥିଲା। ତାଙ୍କ ସ୍ବାମୀ ଜଣେ ମଦ୍ୟପ ଏବଂ ଜୁଆଡି। ଶାଶୁଘରେ ରହିବା ସମୟରେ ତାଙ୍କର ସାଙ୍ଗ ଅରୁଣ ଓ ସମ୍ପର୍କୀୟ ଅନିଲ ସବୁବେଳେ ପ୍ରାୟତଃ ଘରକୁ ଆସୁଥିଲେ। ଏହାପରେ ସମସ୍ତେ ମିଶି ମଦ ପିଇବା ସହ ଜୁଆ ଖେଳୁଥିଲେ। ଦିନେ ତାଙ୍କ ସ୍ବାମୀଙ୍କର ଜୁଆ ଖେଳିବା ବେଳେ ଟଙ୍କା ସରିଯିବାରୁ ସେ ତାଙ୍କୁ ବାଜିରେ ଲଗାଇ ହାରି ଯାଇଥିଲେ। ଏହାପରେ ଅରୁଣ ଓ ଅନିଲ ଦୁହେଁ ତାଙ୍କୁ ଗଣ ଦୁଷ୍କର୍ମ  କରିଥିଲେ।ଏହି ଘଟଣା ପରେ ମହିଳା ଜଣକ ତାଙ୍କ ବାପ ଘରକୁ ଚାଲିଯାଇଥିଲେ।

ଏହି ଘଟଣାର କିଛି ଦିନ ପରେ ପୀଡିତାଙ୍କ ସ୍ବାମୀ ତାଙ୍କୁ କ୍ଷମା ମାଗି କହିଥିଲେ ଏଭଳି ଭୁଲ ଆଉ ହେବନି। ପୀଡିତା ମଧ୍ୟ ତାଙ୍କ ସ୍ବାମୀ କଥାରେ ବିଶ୍ବାସ କରି ତାଙ୍କୁ କ୍ଷମା ଦେଇ ଗାଡିରେ ବସି ଶାଶୁଘରକୁ ଯାଇଥିଲେ। ବାଟ ମଝିରେ   ତାଙ୍କ ସ୍ବାମୀ ଅରୁଣ ଓ ଅନିଲକୁ ତାଙ୍କ ଗାଡିରେ ବସାଇଥିଲେ। ଏହାପରେ ଦୁହେଁ ପୁଣିଥରେ ପୀଡିତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଅଭିଯୋଗ ହେଉଛି ଥାନା ଓ ଏସପିଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। କୋର୍ଟରେ ଏହି ମାମଲା ଯିବା ପରେ, କୋର୍ଟ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦେଶ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking