32.8 C
Bhubaneswar
Tuesday, April 16, 2024
Homeଓଡିଶାକଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

*କଳାହାଣ୍ଡି: ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ କରାଯାଇଛି ।

 

୨୦୧୪ ମସିହା ଜୁନ ୨୧ ତାରିଖକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଫଳ ସ୍ବରୂପ, ମିଳିତ ଜାତିସଂଘ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରାଯାଇଥିଲା । କିନ୍ତୁ ବିଗତ ଦୁଇ ବର୍ଷ କରୋନା ମହାମାରୀ କଟକଣା ପାଇଁ, ଘରେ ଘରେ ଯୋଗ ଦିବସ ପାଳନ କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଏହାକୁ ସମ୍ମାନ ଜଣାଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଛୁଆଙ୍କ ଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ନିଜ ନିଜ ଘରେ ଯୋଗାଭ୍ୟାସ କରିଥିଲେ ।

 

ତେବେ ପତଞ୍ଜଳି ଯୋଗ ସମିତି ଭବାନୀପାଟଣା ଶାଖାର ସହକାରୀ ଯୋଗ ଶିକ୍ଷକ ରୋଶନଲାଲ ଅଗ୍ରୱାଲ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଅନଲାଇନରେ ଯୋଗ ଶିକ୍ଷା ପ୍ରଦାନ କରି ଜନସାଧାରଣଙ୍କୁ ଯୋଗଶିକ୍ଷା ପ୍ରଦାନ କରୁଛନ୍ତି । ଆଜି ଭବାନୀପାଟଣା ସ୍ଥିତ ଏନ.ସି.ସି. ମୁଖ୍ୟାଳୟ ଠାରେ ସଂସ୍ଥାର କର୍ମଚାରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିବା ସହିତ ୨ ହଜାର ୫ ସହ ଏନ.ସି.ସି. କ୍ୟାଡଟଙ୍କୁ ଗୁଗଲ ମିଟ ଜରିଆରେ ଅନଲାଇନ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।

 

ସେହିପରି ବିଜେପି ମୁଖ୍ୟାଳୟରେ ମଧ୍ୟ ବରିଷ୍ଠ ନେତା ଓ ସଦସ୍ୟ ସାମାଜିକ ଦୂରତା ରକ୍ଷା କରି ଯୋଗଭ୍ୟାସ କରିଥିଲେ । ସମାଜସେବୀ ବିନିତା ଦାସ ମଧ୍ୟ ନିଜ ଘରେ ରହି ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବା ସହିତ, ସମସ୍ତେ ଘରେ ରହି ଯୋଗାଭ୍ୟାସ କରିବା ଫଳରେ ନିଜ ଶରୀର ସୁସ୍ଥ ରହିବା ତଥା କରୋନା ମହାମାରୀ ସହିତ ଲଢ଼ିବାରେ ସମସ୍ତେ ସକ୍ଷମ ହେବେ ବୋଲି କହିଛନ୍ତି ।

 

କଳାହାଣ୍ଡି ଜିଲ୍ଲାରୁ ସୁନିଲ କୁମାର ମୁଣ୍ଡଙ୍କ ରିପୋର୍ଟ ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking