37.1 C
Bhubaneswar
Thursday, March 28, 2024
HomeUncategorizedନୂଆ ଉଦାହରଣ ସୃଷ୍ଟି କଲେ ମହିଳା

ନୂଆ ଉଦାହରଣ ସୃଷ୍ଟି କଲେ ମହିଳା

ବରଗଡ: ରବିବାର ସାରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରି ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରିଥିଲା । ହେଲେ ବରଗଡ ସହରରେ ଏକ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ମହିଳା ଦିବସର ମର୍ଯ୍ୟାଦାକୁ ଆହୁରି ବଡାଇ ଦେଇଥିଲା । ଆଉ ନାରୀମାନେ କୌଣସି କ୍ଷେତ୍ରରରେ ବି ପୁରୁଷଙ୍କଠାରୁ କମ୍ ନୁହଁନ୍ତି ତାର ପ୍ରମାଣ ଦେଇଛନ୍ତି ବରଗଡର କିଛି ମହିଳା । ସୂଚନା ଅନୁସାରେ, ବରଗଡସ୍ଥିତ ଅମ୍ବାପାଲି ଗାଁରେ ଦିନ ମଜୁରିଆ ଭାବେ ପରିବାର ପୋଷଣ କରୁଥିବା ଲକ୍ଷ୍‌ମଣ କୁଅଁରଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଲକ୍ଷ୍‌ଣଙ୍କ ମୃତ୍ୟୁ ହେବାରୁ ପରିବାର ଉପରେ ଚଡକ ପଡିଛି । ଏଭଳି ସ୍ଥିତିରେ ତାଙ୍କର ଶେଷକୃତ୍ୟ କିପରି ହେବ ସେ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଘଟଣା ଜାଣିବା ପରେ ଠିକ୍ ସମୟରେ ଆସି ପହଂଚିଥିଲେ ବରଗଡ ଡାକ୍ତରଖାନା ବଂଚାଅ ଅଭିଯାନର ସଦସ୍ୟାମାନେ । ସମସ୍ତ ନୀତିନିୟମ, ପରମ୍ପରା ଓ ସଂସ୍କାରକୁ ଭୁଲି ସେମାନେ ଶବ କାନ୍ଧେଇଥିଲେ । ଉକ୍ତ ସଦସ୍ୟାଙ୍କ ସମେତ ଅମ୍ବାପାଲିବାସୀ ମଧ୍ୟ ଏଥିରେ ସହଯୋଗ କରିଥିଲେ । ତେବେ ସବୁଠୁ ବଡ କଥା ହେଲା, ଏହି ମହିଳାମାନେ ଅନ୍ତିମ ସତ୍କାର ଦାୟିତ୍ୱ ତୁଲାଇ ଭାଇଚାରାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking