30.1 C
Bhubaneswar
Wednesday, April 24, 2024
HomeUncategorizedମହିଳା ଦିବସରେ ମୋଦି ଜଣାଇଲେ ଶୁଭେଚ୍ଛା

ମହିଳା ଦିବସରେ ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ସାରା ଦୁନିଆରେ ଆଜି ଅର୍ଥାତ ମାର୍ଚ୍ଚ ୮ ତାରିଖରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଂଜିନ୍ କମ୍ପାନୀ ଗୁଗୁଲ ମହିଳାଙ୍କ ଯୋଗଦାନ ଉପରେ ଡୁଡୁଲ ଭିଡିଓ ସମର୍ପିତ କରିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁଗୁଲ ଆନିମେଟେଡ ଭିଡିଓରେ ମହିଳାଙ୍କ ଯୋଗଦାନକୁ ପ୍ରଦର୍ଶିତ କରିଛି । ଆଉ ଚଳିତ ଥର ଏହାର ଥିମ୍ ରହିଛି ‘ଆଇ ଆମ୍ ଜେନେରେସନ ଇକ୍ୱାଲିଟି’ । ଯାହାର ଅର୍ଥ ପୁରୁଷଙ୍କ ପରି ମହିଳାଙ୍କର ମଧ୍ୟ ସମାନ ଅଧିକାର ରହିଛି । ମୋଦି ମଧ୍ୟ ମହିଳାଙ୍କ ଶକ୍ତିକୁ ସଲାମ କରିଛନ୍ତି । ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି ମଧ୍ୟ ମହିଳାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ମହିଳାଙ୍କୁ ଉତ୍ସାହିତ କଲେ ସେମାନେ ଆଗକୁ ବଢିବେ । ଦେଶ ପାଇଁ ସେମାନେ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏତଦବ୍ୟତୀତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହିଳା ଦିବସରେ ୭ ଜଣ ମହିଳାଙ୍କୁ ମୋଦି ନିଜ ସୋସିଆଲ ମିଡିଆ ଆକାଉଂଟ ଉତ୍ସର୍ଗ କରିଛନ୍ତି । ସେମାନଙ୍କ ବିଭିନ୍ନ କ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ସଫଳତାର କାହାଣୀ ସେୟାର କରିବାକୁ ମୋଦି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking