ଆର୍ନ୍ତଜାତୀୟ ଶିଶୁକନ୍ୟା ଦିବସ ପାଳିତ

international girl child day celebrated

ଯାଜପୁର : ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସମ୍ମୀଳନି କକ୍ଷରେ ଆର୍ନ୍ତଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଜିଲାପାଳ ଚକ୍ରବତି ସଂ ରାଠୋର  ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ କେବେ ଅଲୋଡ଼ା ନୁହନ୍ତି ବୋଲି ସୂଚନା ଦେବା ସହିତ ବିନା ନାରୀରେ ସମାଜ ତିଷ୍ଟିପାରିବା ଅସମ୍ଭବ ବୋଲି ମତବ୍ୟକ୍ତ ବରିଥିଲେ । ଏହି ଅବସରରେ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରୀ ଏବଂ ଜିଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୦ ଜଣ କନ୍ୟାରତ୍ନମାନଙ୍କୁ ସମ୍ବର୍ଦ୍ଧନା ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା ।  ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଶିଶୁସୁରକ୍ଷା ୟୁନିଟ୍ ଅଧିକାରୀ ନିରଞନ କର ପ୍ରମୁଖ  ଦେଇଥିଲେ । ଏଥିସହ ବାଲ୍ୟବିବାହ, କନ୍ୟା ସନ୍ତାନଙ୍କ ସୁରକ୍ଷା ଏବଂ କନ୍ୟାଭୃଣହତ୍ୟା ଆଇନ ଉପରେ ଅନଲାଇନ ଯୋଗେ ସଚ୍ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here