27.1 C
Bhubaneswar
Thursday, April 25, 2024
Homeଓଡିଶାଅନ୍ତରୀଣ ନିର୍ଦ୍ଦେଶ ଅବଧି ବୃଦ୍ଧି

ଅନ୍ତରୀଣ ନିର୍ଦ୍ଦେଶ ଅବଧି ବୃଦ୍ଧି

ଭୁବନେଶ୍ୱର: ହାଇକୋର୍ଟ ଓ ତଳ କୋର୍ଟର ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ ଅବଧି ବୃଦ୍ଧି ହୋଇଛି । ଅଗଷ୍ଟ ୩୧ ତାରିଖ ଯାଏଁ ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ରାଜ୍ୟରେ କରୋନା ସ୍ଥିତି ପାଇଁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ତାରିଖ ମଧ୍ୟ ଦୁଇ ଥର ବୃଦ୍ଧି କରିଥିଲେ ହାଇକୋର୍ଟ । କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ନୂଆ ୬୧୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୧୧ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୭ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଆଜି ଗଞ୍ଜାମରୁ ସର୍ବାଧିକ ୨୮୬ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୦୭ଜଣ ,ବାଲେଶ୍ୱରରୁ ୬୧ ଜଣ; ବୌଦ୍ଧ, ବଲାଙ୍ଗୀର ,ଢେଙ୍କାନାଳରୁ ୨ ଜଣ ଲେଖାଏଁ;ଜଗତସିଂହପୁରରୁ ୨୬ଜଣ, ମୟୁରଭଞ୍ଜରୁ ୨୧ଜଣ, କଟକ ୧୬ଜଣ , ସୁନ୍ଦରଗଡ଼,ନୟାଗଡ଼ରୁ ୧୫ଜଣ ଲେଖାଏଁ ,ଅନୁଗୁଳରୁ ୧୪ ଜଣ , ମାଲକାନଗିରିରୁ ୧୩ଜଣ , ସମ୍ବଲପୁରରୁ ୧୦ଜଣ , କେନ୍ଦ୍ରାପଡ଼ାରୁ ୯ଜଣ ;ଯାଜପୁର, ପୁରୀ ଓ କେନ୍ଦୁଝରରୁ ୫ଜଣ ଲେଖାଏଁ;ଝାରସୁଗୁଡ଼ା,ଭଦ୍ରକ, ରାୟଗଡ଼ାଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking