ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡାରେ ଗୋଷ୍ଠୀ ସଂଘର୍ଷରେ ୫ ଜଣ ଆହତ ହୋଇଛନ୍ତି । ୩ ଜଣ ଗୁରୁତରଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରଘୁନାଥ ମନ୍ଦିର ପରିସରରେ ନାମ ଯଜ୍ଞ ସଂକୀର୍ତ୍ତନ ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଥିଲା । ଠେଙ୍ଗାବାଡି, ଏବଂ ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ । କେ ନୂଆଗାଁ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଚଳାଇଛି । ପୂର୍ବ ଶତ୍ରୁତାରୁ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି ।










