27.1 C
Bhubaneswar
Saturday, November 23, 2024
Homeଓଡିଶାଉପସ୍ଥିତ ଓ ଅନୁପସ୍ଥିତ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ବିଇଓଙ୍କୁ ନିର୍ଦ୍ଦେଶ

ଉପସ୍ଥିତ ଓ ଅନୁପସ୍ଥିତ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ବିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ନିମନ୍ତେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କ ଦୈନିକ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଚିଠି ଲେଖିଛନ୍ତି । ଶିକ୍ଷକମାନଙ୍କର ଆନ୍ଦୋଳନ କାରଣରୁ ଅନେକଗୁଡ଼ିଏ ସ୍କୁଲରେ ପାଠପଢ଼ା ଆଂଶିକ ଭାବେ ପ୍ରଭାବିତ ହୋଇଛି । ସେହିପରି ଆଉ କିଛି ସ୍କୁଲ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଆନ୍ଦୋଳନରେ ଯେଉଁମାନେ ନିୟୋଜିତ ଅଛନ୍ତି ଏବଂ ବିଦ୍ୟାଳୟରେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କର ଏକ ଦୈନିକ ଉପସ୍ଥାନ ପ୍ରସ୍ତୁତ କରିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ଉପସ୍ଥିତ ଓ ଅନୁପସ୍ଥିତ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ହୋଇଛି ।

ଏଥି ସହିତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୮ ତାରିଖ ଠାରୁ ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ୩ ଦାବି ପୂରଣ ନିମନ୍ତେ ସମୂହ ଛୁଟିରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ସମ୍ପୃକ୍ତ ୩ଟି ଦାବୀ ହେଉଛି ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ କରିବା, ଶିକ୍ଷକର୍ମୀ ଓ ଶିକ୍ଷା ସହାୟକଙ୍କୁ ଠିକା କାର୍ଯ୍ୟକାଳକୁ ହଟାଇ ମୂଳ ଚାକିରିରେ ଗଣନା କରିବା ଏବଂ ଏକ୍ସ କ୍ୟାଡେର ଶିକ୍ଷକ ଓ ବହୁଭାଷୀ ଶିକ୍ଷକ, କଳା, କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକରେ ମାନ୍ୟତା ପ୍ରଦାନ କରିବା ।

ସେହିପରଇ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବେଲ ୯ ଗ୍ରେଡ଼ ପେ ଅନୁଯାୟୀ ୪୨୦୦ ପ୍ରଦାନ କରିବା ଓନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ପୁଣିଥରେ ପ୍ରଚଳନ କରାଯିବା । ଏହା ପୂର୍ବରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟବ୍ୟାପି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦେଳନରତ ଶିକ୍ଷକଙ୍କୁ ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କର ବୋଲି ନିର୍ଦ୍ଦେଶ ଦେଇଥିଲେ । ନଚେତ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ତାହାକୁ ଭରଣା କରିବ’ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସବ୍ କମିଟି ଶିକ୍ଷକମାନଙ୍କୁ ଆନ୍ଦେଳନକୁ ନେଇ ଆଲୋଚନା ଜାରି ରଖିଛି । ଏ ସଂପର୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking