35.1 C
Bhubaneswar
Tuesday, April 23, 2024
Homeକରୋନାଆନ୍ଧ୍ର ଓ ତେଲେଙ୍ଗାନା ରୁ ଆସିଲେ ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଆନ୍ଧ୍ର ଓ ତେଲେଙ୍ଗାନା ରୁ ଆସିଲେ ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସଂକ୍ରମଣରେ ବ୍ରେକ ଲାଗୁନି । ଦୈନିକ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସଂକ୍ରମଣରେ ବ୍ରେକ  ଲାଗିବାରୁ ଏବେ ଚିନ୍ତାରେ ସରକାର । ଏହାରି ମଧ୍ୟରେ ଯଦି କିଏ ଆନ୍ଧ୍ର ଓ ତେଲେଙ୍ଗାନା ରୁ ଆସନ୍ତି ସେମାନଙ୍କ ପାଇଁ  ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। କାରଣ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାଇରସର ଏକ ଭାରିଏଣ୍ଟ ଚିହ୍ନଟ ହୋଇଛି, ଯାହାର ଇନକ୍ୟୁବେସନ ଅବଧି କମ୍ ଏବଂ ସଂକ୍ରମଣ ହାର ଅଧିକ ରହିଛି।

ମିଳିଥିବା ସୂଚନା ଅନୁସାରେ, ବିମାନ, ଟ୍ରେନ୍, ବସ୍, କାର୍, ଟ୍ରକ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ଵାରା ସ୍ଥାପିତ କିମ୍ବା ଚିହ୍ନଟ କରାଯାଇଥିବା ସ୍ଥାନରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ପଡିବ।

ଯଦି କୌଣସି ବ୍ୟକ୍ତି ଉଭୟ ଡୋଜ ଗ୍ରହଣ କରିଛନ୍ତି ଏବଂ ତାଙ୍କ ପାଖରେ ଏହାର ପ୍ରମାଣପତ୍ର ରହିଛି କିମ୍ବା ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଅଛି। ସେମାନଙ୍କୁ ୭ ଦିନିଆ ହୋମ୍ କ୍ବାରେଣ୍ଟାଇନ ଅନୁମତି ଦିଆଯିବ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking