40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସମୁଦ୍ର ସେତୁ ଅଭିଯାନ, ମାଲଦୀପ ମାଲେରୁ ଫେରିଲେ ୬୯୮ ଜଣ ଭାରତୀୟ

ସମୁଦ୍ର ସେତୁ ଅଭିଯାନ, ମାଲଦୀପ ମାଲେରୁ ଫେରିଲେ ୬୯୮ ଜଣ ଭାରତୀୟ

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଘରକୁ ଫେରାଇ ଅଣାଯାଉଛି । କରୋନା ଭାଇରସ ପାଇଁ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି । ‘ବନ୍ଦେ ଭାରତ ମିଶନ’ ରେ ବିମାନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯାଉଥିବା ବେଳେ ‘ସେତୁ ସମୁଦ୍ର’ ମିଶନର ପ୍ରଥମ ପର୍ଯ୍ୟାୟରେ ଜାହାଜରେ ମାଳଦ୍ବିପରୁ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଅପରେଶନ ସମୁଦ୍ର ସେତୁ ମାଧ୍ୟରେ ନୌସେନାର ଜାହାଜ ଆଇଏନ୍‌ଏସ୍ ଜଲଶ୍ଵା ମାଳଦ୍ୱୀପର ମାଲେ ବନ୍ଦରରୁ ୬୯୮ ଭାରତୀୟଙ୍କୁ ନେଇ ଭାରତ ଆଜି କୋଚି ହାର୍ବରରେ ପହଞ୍ଚିଛି । ଘର ବାହୁଡୁଥିବା ୬୯୮ ଭାରତୀୟଙ୍କ ମଧ୍ୟରେ ୫୯୫ ପୁରୁଷ ଏବଂ ୧୦୩ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ୧୯ ଗର୍ଭବତୀ ରହିଛନ୍ତି। ଆଇଏନ୍‌ଏସ୍ ଜଲଶ୍ଵା ଏବଂ ଆଇଏନ୍‌ଏସ୍ ମଗର ସହାୟତାରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ନିୟୋଜିତ କରାଯାଇଛି । ଏହି ଦୁଇ ଜାହାଜ କେରଳର କୋଚି ଏବଂ ତାମିଲନାଡୁର ଟୁଟିକୋରିନ୍ ବନ୍ଦରରୁ ୨ ଥର ଲେଖାଏଁ ମାଳଦ୍ୱୀପ ଯାତ୍ରା କରି ପ୍ରବାସୀ ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking