29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନିଜ ସନ୍ତାନର ଶବ ପାଖରେ ଦୀର୍ଘ ଦୁଇ ଦିନ ଧରି ଜଗି ରହିଛି ମା କୁକୁର

ନିଜ ସନ୍ତାନର ଶବ ପାଖରେ ଦୀର୍ଘ ଦୁଇ ଦିନ ଧରି ଜଗି ରହିଛି ମା କୁକୁର

କୋରାପୁଟ: ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ଲମତାପୁଟ ରୁ ଜୟପୁର କୁ ଯିବା ୫୬ନଂ ଜାତୀୟ ରାଜପଥ କୋଟା ଛକ ନିକଟ ଦୁର୍ଗା ମନ୍ଦିର ନିକଟରେ। କୌଣସି ଏକ ଗାଡ଼ି ଧକ୍କା ରେ କୁକୁର ଛୁଆ ଟି ର ମୃତ୍ୟୁ ହେବା ପରେ ମା କୁକୁର ଟି କୁକୁର ଛୁଆ ଶବ ନିକଟରେ ବିକଳ ରେ ବସି ରହି ଥିଲା। ଛୁଆର ଶବକୁ ଛାଡି ଯିବା ପାଇଁ ନାରାଜ ଥିଲା। କେତେ ବେଳେ ତ ଶବ ନିକଟ ରେ ବସି ରହୁଥିଲା ତ କେତେ ବେଳେ ଚାରି କଡ଼ରେ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା ।
ଆଜିର ସ୍ୱାର୍ଥପର ଦୁନିଆଁରେ ମଣିଷ କିନ୍ତୁ ଏହାର ଓଲଟା କରୁଚି । ନିଜର ରକ୍ତ ସମ୍ପର୍କ ମଣିଷ ର ଶବକୁ କୁ ମଧ୍ୟ ଛୁଉଁ ନାହିଁ। ଶବକୁ ସେମିତି ଛାଡ଼ି ଚାଲି ଯାଉଚି । ପଶୁ ଟିଏ ହେଲେ କଣ ହେଲା ତା ମଧ୍ୟରେ ବି ଅଛି ହୃଦୟ ଟିଏ, ମାନବିକତା,ମା ର ମମତା,ସତେ ଯେପରି କହୁ ଥିଲା ହେ ସ୍ୱାର୍ଥପର ମଣିଷ ମୋ ଛୁଆ କୁ ବଞ୍ଚାଇ ଦିଅ । କିନ୍ତୁ ମଣିଷ ଶୁଣିବା ପାଇଁ ନାରାଜ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking