37.1 C
Bhubaneswar
Saturday, April 20, 2024
Homeଓଡିଶାପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ ଗୁରୁତର ଅସୁସ୍ଥ : ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ର...

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ ଗୁରୁତର ଅସୁସ୍ଥ : ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ର ପୂର୍ବତନ ବିଧାୟକଙ୍କ ନିବେଦନ

ନବରଙ୍ଗପୁର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ନବରଙ୍ଗପୁର ବାସିନ୍ଦା ଡମ୍ବରୁ ମାଝୀଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଛତିଶଗଡ଼ ରାଜ୍ୟ ଜଗଦଲପୁରର ପୂର୍ବତନ ବିଧାୟକ ଡା. ସୁଭାୟୁ କଶ୍ୟପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଶ୍ରୀ ମାଝୀ ବର୍ତ୍ତମାନ ଛତିଶଗଡ଼ର ରାଇପୁରଠାରେ ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତାଙ୍କର ଅପରେସନ ପାଇଁ ୨୫ ଲକ୍ଷ ଟଙ୍କା ଆବଶ୍ୟକ । ଏହି ଆର୍ôଥକ ସହାୟତା ରାଶି ଓଡ଼ିଶା ସରକାର ଯୋଗାଇଦେବାକୁ ଶ୍ରୀ ମାଝୀଙ୍କ ଜ୍ୱାଇଁ ଡା. ସୁଭାୟୁ କଶ୍ୟପ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାର ଏକକିତା ନକଲ ନବରଙ୍ଗପୁର ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ରଙ୍କୁ ଦିଆଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ମାଝୀ ନିଜ ଝିଅ ଘର ଜଗଦଲପୁରକୁ ଯାଇଥିଲେ । ସେଠାରେ ହଠାତ୍ ତାଙ୍କର ହୃଦ୍ ସମସ୍ୟା ଦେଖାଦେଇଥିଲା । ତାଙ୍କୁ ପ୍ରଥମେ ଜଗଦଲପୁର ଡାକ୍ତରଖାନା ଓ ପରେ ରାୟପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ହୃଦ୍‌ଯନ୍ତ୍ରଣା ସହ ରକ୍ତ କମ୍ ରହିଥିବାରୁ ଅସ୍ତ୍ରୋପଚାର ହୋଇପାରୁନାହିଁ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଅସ୍ତ୍ରୋପଚାର ପାଇଁ ସର୍ବନିମ୍ନ ୨୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ଯାହାକି ମନ୍ତ୍ରୀଙ୍କ ଚିକିତ୍ସା ପାଇଁ ସ୍ୱପ୍ନ ପାଲଟିଯାଇଛି । ପ୍ରକାଶଥାଉକି, ଶ୍ରୀ ମାଝୀ ବିଏ, ଏଲ୍‌ଏଲ୍‌ବି ପାସ୍ କରିବା ପରେ ୧୯୬୭ରେ ରାଜନୀତିରେ ଯୋଗଦେଇଥିଲେ । ସ୍ୱତନ୍ତ୍ର ଦଳରୁ ୧୯୭୧ରେ ଡାବୁଗାଁ ନିର୍ବାଚନମଣ୍ଡଳିରୁ ଓ ୧୯୭୭ରେ କଂଗ୍ରେସରେ ଯୋଗଦେଇ ୧୯୮୦ରେ କୋଡ଼ିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ରେ ପୁନର୍ବାର ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ରାସ୍ତା ଓ ଗୃହ ନିର୍ମାଣ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀ ରହିଥିଲେ । ସେ ତେନ୍ତୁଲିଖୁଣ୍ଟି ବ୍ଲକ୍ ଅଞ୍ଚଳ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟାରେ ଜନ୍ମଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking