27.1 C
Bhubaneswar
Thursday, April 25, 2024
Homeଓଡିଶାପୂର୍ବ ଶତ୍ରୁତାରୁ ଅମାନବୀୟ କାଣ୍ଡ : ବାହାରୁ ବନ୍ଦ କରି ଘରେ ନିଆଁ ଲଗାଇଦେଲେ

ପୂର୍ବ ଶତ୍ରୁତାରୁ ଅମାନବୀୟ କାଣ୍ଡ : ବାହାରୁ ବନ୍ଦ କରି ଘରେ ନିଆଁ ଲଗାଇଦେଲେ

ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀରେ କିଛି ଦୁର୍ବୃତ୍ତଙ୍କ ଅମାନବୀୟ ଘଟଣା ଲୋକଙ୍କୁ ଭୟଭୀତ କରିଦେଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଏକ ଘରର କବାଟ ବାହାରପଟୁ ବନ୍ଦ କରି ନିଆଁ ଲଗାଇଦେଇଥିଲେ । ଫଳରେ ସେହି ଘରେ ଶୋଇଥିବା ୪ଜଣଙ୍କ ମଧ୍ୟ ଦୁଇଜଣ ଶିଶୁ ଚେତାଶୂନ୍ୟ ହୋଇପଡ଼ିଥିଲେ ।ସୂଚନା ଅନୁଯାୟୀ, ଜଟଣୀ ଥାନା ତରାବୋଇ ପଞ୍ଚାୟତ ନୂଆସାହିର ରଘୁନାଥ ତାଡ଼, ପତ୍ନୀ ପିଙ୍କିନା ତାଡ଼ ଓ ତାଙ୍କର ୬ ଏବଂ ୮ବର୍ଷର ୨ ଶିଶୁ ଶୋଇଥିଲେ । ପୂର୍ବ ଶତ୍ରୁତା କାରଣରୁ କିଛି ଦୁର୍ବୃତ୍ତ କବାଟ ବାହାରପଟୁ ବନ୍ଦକରି ରାତି ସାଢେ୧ଟା ବେଳେ ନିଆଁ ଲଗାଇଦେଇଥିଲେ । ରଘୁନାଥ ନିଦରୁ ଉଠି ଘରର ଲାଇଟ ଜଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଘର ଧୂଆଁମୟ ହୋଇଯାଇଥିବାରୁ କିଛି ଦେଖାଯାଇନଥିଲା । ଫଳରେ ପ୍ରାଣ ବିକଳରେ ପଡୋଶୀ ଲୋକଙ୍କୁ ଡାକପକାଇଥିଲେ । ପାଟିଶୁଣି ପଡ଼ୋଶୀ ଘରର ଜଣେ ବ୍ୟକ୍ତି ଆସି କବାଟ ଖୋଲିଲା ବେଳକୁ ଦୁଇ ଶିଶୁ ଚେତାଶୂନ୍ୟ ହୋଇଯାଇଥିଲେ । ଗାଁ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲାବେଳେ ତାହା ସମ୍ଭବ ହୋଇନଥିଲା । ଜଟଣୀ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଲିଭାଇଥିଲେ । ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତମାନେ ଏହି କାଣ୍ଡ କରିଥିବା ଜଟଣୀ ଥାନାରେ ରଘୁନାଥ ଅଭିଯୋଗ କରିଥିଲେ । ୪ଜଣଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ । ଅନ୍ୟପକ୍ଷରେ ରଘୁନାଥଙ୍କ ପତ୍ନୀ ପିଙ୍କିନା ଭୋର ସମୟରେ ଜଟଣୀ ଥାନାକୁ ଏତଲା ନେଇ ଯାଇଥିବାବେଳେ ପୁଲିସ ଏତଲା ରଖିବା ପରିବର୍ତ୍ତେ ପିଙ୍କିନାଙ୍କୁ ମଧ୍ୟାହ୍ନ ସାଢେ ୧ଟା ପର୍ଯ୍ୟନ୍ତ ଅଟକ ରଖି ନିଜେ ନିଆଁଲଗାଇ ଦେଇଛି ବୋଲି କହିଥିଲେ । ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଆମ୍ଭେ କିପରି ବାହାରୁ କବାଟ ବନ୍ଦ କରିଲୁ ବୋଲି ପ୍ରଶ୍ନ କରିଥିଲେ ହେଁ ପୁଲିସ କୌଣସି କଥା ଶୁଣିନଥିଲା । ତେବେ ଏ ନେଇ କେତେକ ଗଣମାଧ୍ୟମ ପ୍ରତିନିଧି ପୁଲିସକୁ ପଚାରିବା ପରେ ଦିର୍ଘ ସମୟପରେ ପୁଲିସ ଏତଲା ରଖିଥିଲା । ହେଲେ ଏତଲାର କପି ଦେଇନଥିଲା । ଏହି ଘଟଣାର ତଦନ୍ତ କରି ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ପୁଲିସକୁ ପଚାରିବାରେ ପୁଲିସ କହିଛି ଯେ ଆମେ ଏତଲା ରଖିଛୁ, ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking