ନୂଆଦିଲ୍ଲୀ: ଗୁରୁବାର ଏପ୍ରିଲ୍ ମାସର ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ ପାଇଛି । ଦୀର୍ଘ ୮ ବର୍ଷର ରେକର୍ଡ ଭାଙ୍ଗିବା ସହିତ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ମୁଦ୍ରାସ୍ଫୀତି । ଏହାର ପ୍ରଭାବରେ ଗୁରୁବାର ତଳୁଆ ରହିଛି ଭାରତୀୟ ପୁଞ୍ଜି ବଜାର । ସେନ୍ସେକ୍ସ ୧୧୫୮ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟି ୩୫୯ ପଏଣ୍ଟ ତଳକୁ ଖସିଛି । ମୁଦ୍ରାସ୍ଫୀତି କାରଣରୁ ଭାରତୀୟ ପୁଞ୍ଜିବଜାର କ୍ଷତି ସହିଛି । ଭାରତୀୟ ଶେୟାର ବଜାର ତଳୁଆ ରହିବା ସହିତ ନିବେଶକ ମାନେ ୫.୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।
୩୦ ଶେୟାର ବିଏସ୍ଇ ସେନସେକ୍ସ ୦.୫୧ ପ୍ରତିଶତ ବା ୧୧୫୮ ପଏଣ୍ଟ ତଳକୁ ଖସି ୫୪ହଜାର ୮୮ ପଏଣ୍ଟରେ ପହଞ୍ଚିଥିଲା । ଅନ୍ୟ ପକ୍ଷରେ ନିଫ୍ଟି ମଧ୍ୟ ସମାନ ୨.୨୨ ପ୍ରତିଶତ ବା ୩୫୯ ପଏଣ୍ଟ ତଳକୁ ଖସିବା ସହିତ ୧୬ ହଜାର ପଏଣ୍ଟରୁ ତଳକୁ ଖସିଛି । ଏହା ୧୫୮୦୮ ପଏଣ୍ଟରେ ରହିଛି । ନିଫ୍ଟି ମିଡ୍ କ୍ୟାପ୍-୧୦୦ ଶେୟାର ଗୁଡିକ ୨.୩୩ ପ୍ରତିଶତ ତଳକୁ ଖସିଥିବା ବେଳେ ସ୍ମଲ୍ କ୍ୟାପ୍ ଶେୟାର ୧.୮୭ ପ୍ରତିଶତ ତଳକୁ ଖସିଥିଲା । ଏନ୍ଏସ୍ଇର ୧୫ଟି ଯାକ ଗଜ୍ କ୍ଷତି ସହିଥିବା ବେଳେ ପିଏସୟୁ ବ୍ୟାଙ୍କ,ମେଟାଲ ଏବଂ ଫାଇନାନ୍ସ ଯଥାକ୍ରମେ ୫.୩୯, ୩.୦୫ ଓ ୩.୭୦ ପ୍ରତିଶତ ତଳକୁ ଖସିଥିଲା । ବିଏସ୍ଇ ଲିଷ୍ଟେଡ୍ କମ୍ପାନୀ ଗୁଡିକ ମଧ୍ୟରେ ୭୮୩ଟି କମ୍ପାନୀର ଅଂଶଧନ ମୂଲ୍ୟ ବଢିଥିବା ବେଳେ ୨୫୯୯ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ପାଇଥିଲା ।