33.1 C
Bhubaneswar
Thursday, April 25, 2024
Homeକରୋନାପାର୍ବଣରେ ସୀମା ଲଂଘୁଛି ସଂକ୍ରମଣ :  ଖୋର୍ଦ୍ଧା ପରେ ଏବେ ଚିନ୍ତା ବଢ଼ାଉଛି କଟକ

ପାର୍ବଣରେ ସୀମା ଲଂଘୁଛି ସଂକ୍ରମଣ :  ଖୋର୍ଦ୍ଧା ପରେ ଏବେ ଚିନ୍ତା ବଢ଼ାଉଛି କଟକ

ଭୁବନେଶ୍ୱର:  ପାର୍ବଣରେ ସୀମା ଲଂଘୁଛି ଦୈନିକ ସଂକ୍ରମଣ । ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ନଜରକୁ ଆସିଛି । ଗଲା ୩ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ । ଖାଲି ସେତିକି ନୁର୍ହେ ବରଂ ଗତ ଏକ ସପ୍ତାହ ମଧ୍ୟରେ ଦୈନିକ ସଂକ୍ରମଣ ୨ ଥର ୬୦୦ ପାର କରିଛି । ଗତ ୧୦ ତାରିଖରେ ରାଜ୍ୟରୁ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୮ ଅଛନ୍ତି ।

କହିବାକୁ ଗଲେ ଖୋର୍ଦ୍ଧା ଓ କଟକରେ କରୋନା ସଂକ୍ରମଣ ବଢୁଛି । ଏନେଇ ଡିଏମ୍‌ଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି, ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି । ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ସରକାର ରାତି ୮ଟା ପରେ ବାହାରକୁ ବାହାରିବାରେ କଟକଣା ଲଗାଇଥିଲେ ମଧ୍ୟ ଅନେକ ଏହାକୁ ମାନୁ ନାହାନ୍ତି । ପାର୍ବଣରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ଶ୍ରୀ ମହାନ୍ତି କହିଛନ୍ତି, ଖୋର୍ଦ୍ଧା ଓ କଟକ ସକାଶେ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଟିପିଆର ଏବଂ ସକ୍ରିୟ ହାରକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍‌ରେ ରଖାଯାଇଛି । ତେଣୁ ଲୋକଙ୍କୁ ସବୁବେଳେ ସଚେତନ ରହିବାକୁ ହେବ ।

ସଚେତନ ରହିଲେ ହିଁ କରୋନା ସଂକ୍ରମଣକୁ ରୋକି ହେବ । ଯଦି ଗତ ୭ ତାରିଖରୁ ରାଜ୍ୟର ସଂକ୍ରମଣ ଓ ଖୋର୍ଦ୍ଧାର ସଂକ୍ରମଣ ଉପରେ ନଜର ପକାଇବା ତେବେ ୭ରେ ରାଜ୍ୟରେ ୫୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ହେଁ ଖୋର୍ଦ୍ଧାରୁ ୨୮୨ ଜଣ ଥିଲେ । ଏଥିମଧ୍ୟରୁ ଭୁବନେଶ୍ୱରୁ ବାହାରିଥିଲେ ୨୬୭ । ସେହିପରି ୮ରେ ରାଜ୍ୟରେ ୫୨୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫୦ ଜଣ ଥିଲେ ଓ ଭୁବନେଶ୍ୱରରୁ କେବଳ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୯ରେ ମୋଟ ୫୨୬ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧାରୁ ୨୩୩ ଥିବାବେଳେ ରାଜଧାନୀରୁ ୨୧୬ ଜଣ ଥିଲେ । ୧୦ରେ ୬୫୨ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୩୧ ଆକ୍ରାନ୍ତ ଥିବାବେଳେ ଭୁବନେଶ୍ୱରରୁ କେବଳ ୧୫୯ ଜଣ ଥିଲେ । ୧୧ରେ ରାଜ୍ୟରେ ୪୪୮ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୦୮ ଥିବାବେଳେ ଏଥିମଧ୍ୟରୁ ଭୁବନେଶ୍ୱରରୁ ୧୫୯ ଜଣ ଥିଲେ । ୧୨ରେ ରାଜ୍ୟରେ ଚିହ୍ନଟ ୫୨୯ ପଜିଟିଭ୍‌ଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭୪ ଜଣ ଥିବାବେଳେ ଭୁବନେଶ୍ୱରରୁ ୨୩୪ ଓ ୧୩ରେ ୬୧୫ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ କେବଳ ୩୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ଭୁବନେଶ୍ୱରର ୧୮୪ ଆକ୍ରାନ୍ତ ଅଛନ୍ତି ।

ସୂଚନାଥାଉ କି, ଖୋର୍ଦ୍ଧାରେ କରୋନା ସଂକ୍ରମଣର ଗ୍ରାଫ୍ ଉପରମୁହାଁ ହେଉଥିବାବେଳେ ଭୁବନେଶ୍ୱରର ସ୍ଥିତି ଜଟିଳ ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେ ଭିତରୁ ଅଧିକାଂଶ କେଶ୍ ବିଏମସି ଅଞ୍ଚଳରୁ ହିଁ ଆସୁଛି । ବିଶେଷଜ୍ଞଙ୍କ ମତରେ ପାର୍ବଣରେ କିଣାକିଣି ପାଇଁ ବଜାର ଘାଟରେ ଲୋକଙ୍କ ଅସମ୍ଭବ ଭିଡ଼, ଘରୋଇ ଉତ୍ସବରେ ଜନଗହଳି ପରିବେଶ ଏବଂ ସଭା ସମିତି ଆୟୋଜନ କାରଣରୁ ରାଜଧାନୀରେ ମହାମାରୀ ବ୍ୟାପୁଛି । ତେବେ ଲୋକଙ୍କ ଏ ଖାମଖିଆଲି ମନୋଭାବ ପୁଣି ଯେ ସୁପରସ୍ପ୍ରେଡର ତିଆରି ନକରିବ ଏବଂ ଆଗକୁ ଓଡ଼ିଶାରେ କେରଳ ଭଳି ସ୍ଥତି ନହେବ, ତାହା କହିହେବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking